ଶିକ୍ଷକ ନେତା ସୂର୍ଗତ ଅବନି ବରାଳଙ୍କ ୮୬ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ଶିକ୍ଷକ ସଙ୍ଘ ପକ୍ଷରୁ ବୁଧବାର ଶିକ୍ଷକ ମହାସଙ୍ଘର ପ୍ରତିଷ୍ଠାତା ସୂର୍ଗତ ଅବନି ବରାଳଙ୍କ ୮୬ତମ ଜୟନ୍ତୀ କେନ୍ଦ୍ରାପଡା ଓସ୍ତା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷକ ସଙ୍ଘର ପିତାମହ ଭୀଷ୍ମ ଅବନୀ ମହାନ୍ତିଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ଅନ୍ୟତମ ସାରଥି ତ୍ରୈଲୋକ୍ୟ ସ୍ୱାଇଁ,ଶିକ୍ଷକନେତା ବାନାମ୍ବର ସାହୁ,ରାଜକିଶୋର ଜେନା,ଧନେଶ୍ୱର ପାତ୍ର,ଶୁଭାଂଶୁ କୁମାର ଦାସ,ଶରତ ରାଉତ,କାର୍ତ୍ତିକ ଚନ୍ଦ୍ର ନାୟକ,ରେଶ୍ମିନ ରାଉତ,ଅଶୋକ କୁମାର ସାହୁ,,ଏସକେ ମନସୁର ଅଲ୍ଲୀ ପ୍ରମୁଖ ଯୋଗଦେଇ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନରେ ସୂର୍ଗତ ଅବନୀ ବରାଳଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଥମେ ଶିକ୍ଷକ ସଞ୍ଜୟ ପାଣି,ସନ୍ତୋଷ ରାୟ ଓ ବିଶିଷ୍ଟ ସାହିତ୍ୟିକ ନିତ୍ୟାନନ୍ଦ ଶତପଥୀଙ୍କ ବିୟୋଗରେ ଶୋକବ୍ୟକ୍ତ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।