ଶିକ୍ଷକ ପ୍ରଫ୍ଫୁଲ ରଥଙ୍କ ପରଲୋକ

କୁକୁଡାଖଣ୍ଡି,(ବିଭୁ ନନ୍ଦନ ପଣ୍ଡା): କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଆଙ୍କୁଶପୁର ଗ୍ରାମର ଶ୍ରୀ ପ୍ରଫୁଲ କୁମାର ରଥ ଜଣେ ଅତି ପ୍ରିୟ ଛାତ୍ରବତ୍ସଳ ଅଭିଜ୍ଞ ବରିଷ୍ଠ ଶିକ୍ଷାବିତ୍ ସେପ୍ଟେମ୍ବର ମାସ ୦୭ ତାରିଖ ପବିତ୍ର ଗଣେଶ ଚତୁର୍ଥୀ ଦିନ ଦିବା ପ୍ରାୟ ଏକ ଘଣ୍ଟା ସମୟେ ନିଜର ଆଙ୍କୁଶପୁର ଖଣ୍ଡିଆ ସାହି ବାସ ଭବନରେ ୭୫ ବର୍ଷ ବୟସରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶ୍ରୀ ରଥ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ତେବେ ଶ୍ରୀ ରଥ ସତ୍ୟଭାମା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ୧୯୭୦ ମସିହାରୁ ମାତ୍ର ୨୦୦ ଟଙ୍କା ପ୍ରାପ୍ୟ ସହିତ ନିଜର ଶିକ୍ଷକତା ଜୀବନ ଆରମ୍ଭ କରି ୨୦୧୦ ମସିହାରେ ଅବସର ନେଇଥିଲେ। ତେବେ ନିଜର ଦୀର୍ଘ ଶିକ୍ଷକତା ଜୀବନ କାଳ ମଧ୍ୟରେ ଆଙ୍କୁଶପୁର ତଥା ଏହି ଅଞ୍ଚଳରେ ରଥ ସାର ନାମରେ ଅନେକ ଖ୍ୟାତି ଥିଲା। ନିଜର ଦୀର୍ଘ ଶିକ୍ଷକତା ଜୀବନ ଭିତରେ ସେ ଅନେକ ଭଲ ମଣିଷ ତିଆରି କରିବା ସହିତ ତାଙ୍କର ଜୀବନ କାଳରେ ସେ ବହୁ ଜ୍ଞାନୀ ଗୁଣି ଆଦର୍ଶ ଛାତ୍ର ଛାତ୍ରୀ ତିଆରି କରିଛନ୍ତି। ଆଜି ଶ୍ରୀ ରଥଙ୍କ ଆବର୍ତମାନରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶ୍ରୀ ରଥଙ୍କ ଶେଷକୃତ୍ୟ ଶ୍ରୀକ୍ଷେତ୍ର ପୁରୀର ସ୍ୱର୍ଗଦ୍ୱାରରେ ନିଜର ପରିବାର ଆତ୍ମୀୟ ସ୍ୱଜନ ଉପସ୍ଥିତିରେ କରାଯାଇଛି। ତେବେ ରଥ ସାରଙ୍କର ପରଲୋକ ଅବସରରେ ତାଙ୍କର ସହକର୍ମୀ ବରିଷ୍ଠ ଶିକ୍ଷାବିତ୍ ବି.ଦିଲ୍ଲୀପ ରାଓ, ରଘୁନାଥ ପଣ୍ଡା, ଜି.ରାଜା ରାଓ, ଡା. ବିମଳ କୁମାର ପଣ୍ଡା, ସରପଞ୍ଚ ମୁରଲୀ ସେଠି, ରାଜେନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଅନେକ ଗାଁ ଏବଂ ଅଞ୍ଚଳର ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ