ଶିକ୍ଷକ ବଦଳିରେ ବ୍ୟାପକ ଦୁର୍ନୀତି ଅର୍ଥ କାରବାର ଅଭିଯୋଗ
ରାୟଗଡା , (ଯୁଗୀବ୍ଦ ନ୍ୟୁଜ ) ଜୁନ ୧୫ ତାରିଖ ସୁଦ୍ଧା ସମସ୍ତ ବଦଳି ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦେଶନାମା ଥିବା ବେଳେ ରାୟଗଡା ଜିଲ୍ଲାରେ ଏହାକୁ ଖୋଲା ଖୋଲି ଉଲଂଘନ କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ।୨୨ -୦୬-୨୦୧୯ ତାରିଖ ଦିନ ପିଛଲା ତାରିଖ ୧୩-୦୬-୨୦୧୯ ତାରିଖ ପକାଇ ୮ ଟି ନିର୍ଦେଶ ନାମା ରେ ୧୦୨ ଜଣ ଶିକ୍ଷକଙ୍କୁ ଚଞ୍ଚକତା କରି ବଦଳି କରିଥିବା ଆଲୋଚନା ହେଉଛି।୨ ଜଣ ଶିକ୍ଷକ ଜଣେ ବ୍ଲକ ମଙ୍ଗଳ ଅଧିକାରୀ ଙ୍କ ଜରିଆରେ ପ୍ରାୟ ୫୦% ବଦଳି ହୋଇଥିବା ଶିକ୍ଷକଙ୍କ ଠାରୁ ଶିକ୍ଷକ ପିଛା ୪୦ ରୁ ୫୦ ହଜାର ଟଙ୍କା ଅର୍ଥ ଆଦାୟ କରି ଜିଲା ମଙ୍ଗଳ ଅଧିକାରୀ ବଦଳି କରିଥିବା ଗୁରୁତର ଅଭିଯୋଗ ହେଉଛି।ଜିଲାପାଳଙ୍କର ସରଳତା ର ସୁଯୋଗ ନେଇ ଜିଲ୍ଲା କଲ୍ୟାଣ ଅଧିକାରୀ ଫାଇଦା ଉଠାଉଥିବା ଶିକ୍ଷକ ମହଲରେ ଚର୍ଚା ହେଉଛି।ଶିକ୍ଷକ ମାନଙ୍କୁ କେଉଁ ଆଧାରରେ ବଦଳି କରାଗଲା ତାହା ସ୍ପଷ୍ଟ ନକରି ବେପାରୁଆ ମନୋଭାବ ରଖି ବଦଳି କରିବା ଏପରିକି ଜିଲା କଲ୍ୟାଣ ଅଧିକାରୀଙ୍କ କାର୍ୟ୍ୟାଳୟର ବଦଳି ଦାଇତ୍ୱରେ ଥିବା କିରାଣୀ ଓ ମୁଖ୍ୟ କିରାଣୀଙ୍କୁ ଅନ୍ଧାରରେ ରଖି ଜିଲା କଲ୍ୟାଣ ଅଧିକାରୀ ନିଜ ଇଛା ମୁତାବକ ବଦଳି ଆଦେଶ ବାହାର କରିଥିବା ଶିକ୍ଷକ ଙ୍କ ମଧ୍ୟରେ ଅଭିଯୋଗ ହେଉଛି।ଶିକ୍ଷକ ମାନଙ୍କର ବଦଳି ଦରଖାସ୍ତ, ସ୍ୱାସ୍ତ୍ୟଗତ ସମସ୍ୟାକୁ ଓ ଗ୍ଦକ୍ଟ୍ରବଙ୍କଗ୍ଦର କେଶ କୁ ଗୁରୁତ୍ୱ ନଦେଇ ଅର୍ଥ କାରବାରକୁ ଗୁରୁତ୍ୱ ଦେଇ ବଦଳି ଆଦେଶ ବାହାରିଥିବା ଶୁଣିବାକୁ ମିଳୁଛି। ଏଣୁ ଉକ୍ତ ଘଟଣାର ଉଚ୍ଚସ୍ତରୀୟ ତଥା ଦୁର୍ନୀତି ନିବାରଣ ବିଭାଗ (ଙ୍ଖସଶକ୍ଷରଦ୍ଭମର) ଦ୍ୱାରା ସବିଶେଷ ତଦନ୍ତ କରି ମଙ୍ଗଳ କଲ୍ୟାଣ ଭଳି ସମ୍ବେଦନଶୀଳ ବିଭାଗ ର କାର୍ୟ୍ୟକଳାପ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଟାନ ନେବାକୁ ସାଧାରଣରେ ଚର୍ଚା ହେଉଛି। ନଚେତ ଆଗମୀ ଦିନରେ ସରକାରଙ୍କ ଭାବମୂର୍ତିରେ କଳଙ୍କ ଲାଗିବା ମଧ୍ୟ କିଛି ସ୍ଥାନରେ ଚର୍ଚ୍ଚା ହେବା ସହ ଉକ୍ତ ଘଟଣା ସୋସିଆଲ ମିଡିଆରେ ପ୍ରସାରିତ ହେବା ଶୁଣିବାକୁ ମିଳୁଛି।