ଶିକ୍ଷକ ବଦଳି ବନ୍ଦ ଦାବିରେ ଅଭିଭାବକଙ୍କ ସ୍କୁଲ ଘେରାଉ, ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କାନପୁର ଗ୍ରାମରେ ଥିବା ୟୁ.ପିଏମ.ଇ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ବଦଳି ନକରିବା ଦାବିରେ ଆଜି ଅଭିଭାବକ ମାନେ ସ୍କୁଲ ଘେରାଉ କରିବା ସହିତ ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିଛନ୍ତି । ଅଭିଭାବକଙ୍କ ଅଭିଯୋଗରୁ ଜଣାଯାଇଛି ଯେ ଏହି ସ୍କୁଲର ପରିଚାଳନା କମିଟିର ସଭାପତି ନିୟମିତ ସ୍କୁଲକୁ ଆସି ଅଫିସରେ ବସିରହିବା ସହିତ ବିଦ୍ୟାଳୟର ଶିକ୍ଷାଦାନରେ ବାଧା ସୃଷ୍ଟି କରିବା ସହିତ ଅଶୋଭନୀୟ ଆଚରଣ ସୃଷ୍ଟି କରୁଛନ୍ତି । ଏହାକୁ ବିକାଶ ବାରିକ ନାମକ ଜଣେ ଶିକ୍ଷକ ବିରୋଧ କରିବାରୁ ସ୍କୁଲ ପରିଚାଳନା କମିଟିର ସଭାପତି ଓ ପ୍ରଧାନ ଶିକ୍ଷକଙ୍କ ସହିତ ସାମିଲ ହୋଇ ସଂପୃକ୍ତ ଶିକ୍ଷକଙ୍କୁ ଏଠାରୁ ବଦଳି କରିଦେବାକୁ ବିଇଓଙ୍କୁ ଜଣାଇଥିଲେ । ଏଖବର ପାଇବାପରେ ଆଜି ୱାର୍ଡସଭ୍ୟ ମାନସ ଖମାରୀ, ଲଳିତ ଖମାରୀ, ଲକ୍ଷ୍ମୀପ୍ରୀୟା ସେଣ, ଉର୍ମିଳା ଖମାରୀ, ମାଳତୀ ଖମାରୀ, ସନ୍ଧ୍ୟାରାଣୀ ସେଣ, ନିରୁପମା କମାରୀ, ବାସନ୍ତୀ ଖମାରୀ, ଚଞ୍ଚଳା ଖମାରୀ, ଭାରତୀ ପଣ୍ଡିତ, ଜମୁନା କମାରୀ, ଜଳଧର ଖମାରୀ, ବିଷ୍ଣୁପ୍ରୀୟା ଖମାରୀ, ମଞ୍ଜୁଲତା ଖମାରୀ, ଲକ୍ଷ୍ମୀପ୍ରୀୟା ଖମାରୀ, ପଦ୍ମାବତୀ ଖମାରୀ, ବେବିନା ମଣ୍ଡଳ, ମମତାରାଣୀ ବେହେରା, ବନପ୍ରୀୟା ଧଳ, ପ୍ରସନ୍ନ କୁମାର ବେହେରା, ଜୟନ୍ତୀ ଜେନା, ମାନସୀ ଜେନା, ଗୋଲାପ ଧଳ, ଶର୍ମିଷ୍ଠା ଧଳ, ସୀତା ମହାରଣା, ଅନ୍ନପୁର୍ଣ୍ଣ ଖମାରୀଙ୍କ ସମେତ ଶତାଧିକ ଅଭିଭାବକ, ଅଭିଭାବିକା ସ୍କୁଲରେ ପହଞ୍ଚି ଶିକ୍ଷକଙ୍କୁ ବଦଳି ନକରିବା ପାଇଁ ଦାବି କରିଥିଲେ । ସେ ଜଣେ ଭଲ ଶିକ୍ଷକ ହୋଇଥିବାବେଳେ ପ୍ରଧାନ ଶିକ୍ଷୟତ୍ରୀ ଓ ସ୍କୁଲ ଚେୟାରମ୍ୟାନଙ୍କ ସ୍ୱାର୍ଥରେ ବାଧା ଆସୁଛି ବୋଲି ତାଙ୍କୁ କାହିଁକି ବଳି ପକାଇବେ ବୋଲି କହି ପ୍ରବଳ ପରଟିତୁଣ୍ଡ କରିଥିଲେ । ଖବରପାଇ ଏବିଇଓ ଧନେଶ୍ୱର ଖଣ୍ଡେଇ, ସୁରେଶ ଜେନା ପ୍ରମୁଖ ଉକ୍ତ ସ୍କୁଲରେ ପହଞ୍ଚି ସ୍କୁଲ କମିଟିର ସଦସ୍ୟ ମାନଙ୍କୁ ଡାକି ଘଟଣା ବିଷୟରେ ଅବଗତ ହୋଇଥିଲେ । କିନ୍ତୁ ଯାଇଥିବା ଶିକ୍ଷା ଅଧିକାରୀ ଦ୍ୱୟ କୌଣସି ଅଭିଭାବକ କିମ୍ବା ଛାତ୍ରଛାତ୍ରୀଙ୍କୁ ଘଟଣା ସମ୍ପର୍କରେ କିମ୍ବା ସଂପୃକ୍ତ ଶିକ୍ଷକଙ୍କ ବାବଦରେ ନପଚାରି ପଳାଇ ଆସିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଛାତ୍ରଛାତ୍ରୀ ମାନେ ଆସି ବିଦ୍ୟାଧରପୁର- ଆଗରପଡା ରାସ୍ତାରେ ଧାରଣାରେ ବସିଯାଇଥିଲେ । ଫଳରେ ଏହି ରାସ୍ତାଦେଇ ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା । ଖବରପାଇ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ବୁଝାସୁଝା କରିବାପରେ ରାସ୍ତାରୋକ ହଟିଥିଲା । ଏ ସମ୍ପର୍କରେ ଏବିଇଓ ଧନେଶ୍ୱର ଖଣ୍ଡେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବିଇଓଙ୍କ ନିର୍ଦ୍ଦେଶକ୍ରମେ ଆମେ ତଦନ୍ତ ପାଇଁ ଯାଇଥିଲୁ । ମାତ୍ର ଏତେ ସଂଖ୍ୟକ ଅଭିଭାବକଙ୍କ ସହିତ କଣ,ବା ଆଲୋଚନା କରିପାରିଥାନ୍ତୁ, ତେଣୁ ସ୍କୁଲ କମିଟି ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ଯାହା ଜାଣିଲୁ ଆମେ ତାହା ବିଇଓଙ୍କୁ ରିପୋର୍ଟ କରିବୁ । ପରବର୍ତ୍ତୀ ପଦାକ୍ଷପ ବିଇଓ ନେବେ । ଅଭିଭାବକ ମାନେ କହିଛନ୍ତି ଯେ ଯଦି ଶିକ୍ଷକ ବିକାଶ କୁମାର ବାରିକଙ୍କ ଏଠାରୁ ବଦଳି ହୋଇଯିବ ତେବେ ଆମେ ସ୍କୁଲ ବନ୍ଦ କରିଦେବୁ ଓ ଆମ ଛୁଆ ମାନଙ୍କ ଟିସି ନେଇଯିବୁ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ