ଶିକ୍ଷକ ବଦଳି ବାତିଲ ନେଇ ଅଭିଭାବକଙ୍କ ଦାବିପତ୍ର
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳି କୁ ନେଇ ଅଭିଭାବକ ମନରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ଏହି ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ୧୪୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ୫ ଜଣ ଶିକ୍ଷକ ନିଯୁକ୍ତି ଥିଲେ। କିନ୍ତୁ ଦୁଃଖର ବିଷୟ ଗତବର୍ଷ ହାଟଡିହି ବ୍ଲକ୍ ଶିକ୍ଷାଧୂକାରୀଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷୟତ୍ରୀ ପ୍ରିତିଲତା ସେଠୀଙ୍କୁ ଅନ୍ୟତ୍ର ବଦଳି କରାଯାଇ ୧ମାସ ମଧ୍ୟରେ ଜଣେ ଶିକ୍ଷକ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ଲିପିକା ନାୟକ ପ୍ରସୂତି କାଳିନ ଲମ୍ବା ଛୁଟି ନେଇଥିବା ବେଳେ ସିତାଲତା ପାତ୍ର ଦେହ ଅସୁସୁତା ଯୋଗୁଁ ଠିକ୍ ଭାବେ କାର୍ଯ୍ୟତୁଲାଇ ପାରୁନାହାନ୍ତି। ବର୍ତ୍ତମାନର କାର୍ଯ୍ୟରତ ଶିକ୍ଷୟତ୍ରୀ ପ୍ରତିଭା ନାୟକଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଇବାକୁ ବ୍ଲକ ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ପେରେଇ ରିଲିଭ କରି ନାହାନ୍ତି। ଏହି ବିଷୟରେ ଅଭିଭାବକ କମିଟି ଜାଣିବା ପରେ ମାତ୍ର ୨ ଜଣ ଶିକ୍ଷକ ୧୪୦ ଜଣ ଛାତ୍ରଛାତ୍ରୀଙ୍କୁ କିପରି ଶିକ୍ଷାଦାନ କରିବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହେବା କଥା ଜାଣି ଅଭିଭାବକ ମାନେ ତୁରନ୍ତ ବଦଳି ବାତିଲ କରିବା ସହିତ ଅଧିକ ଶିକ୍ଷକ ଯୋଗାଇ ଦେବାକୁ ସିଆରସି ଯତିବ୍ରତ ସ୍ବାଇଁଙ୍କ ମାଧ୍ୟମରେ ବ୍ଲକ ଶିକ୍ଷାଧୂକାରୀ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି।ଯଦି ଆଗାମୀ ଦିନରେ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ନ ହୁଏ ତେବେ ଅଭିଭାବକ ମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।