ଶିକ୍ଷକ ମନୋରଞ୍ଜନ ଦେଓଙ୍କ ସ୍ମୃତିସଭା

ହାଟଡିହି (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଜମ୍ଭରାସ୍ଥିତ ଭାନୁପ୍ରଭା ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋରଞ୍ଜନ ଦେଓଙ୍କ ସ୍ମୃତିଚାରଣ ସଭା ନିଜ ଗାଁ ଡଅଁର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତାପ ଦେଓଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ପୁର୍ବତନ ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ବରିଷ୍ଠ ବିଜେଡି ନେତା ଚିନ୍ମୟ ନାୟକ, ଧବଳେଶ୍ୱର ପଟ୍ଟନାୟକ, ସୁଧାକର ଓଝା, ପ୍ରଦୀପ ନାୟକ, ଗେଡମା ପଞ୍ଚାୟତର ସରପଞ୍ଚ ଆନନ୍ଦ ଚନ୍ଦ୍ର ମହାନ୍ତି, ଶାଳଣିଆଁ ସରପଞ୍ଚ ଶ୍ରୀଧର ବେହେରା, ପୁର୍ବତନ ସମବାୟ ସମିତି ସଭାପତି ରଞ୍ଜନ ପହି,ଶାଳଣିଆଁର ପୁର୍ବତନ ସରପଞ୍ଚ ଅନାଥ ଚନ୍ଦ ନାୟକ, ପ୍ରଫୁଲ କୁମାର ସେଠୀ, ବ୍ରଜ କିଶୋର ଜେନା, ରଞ୍ଜନ କୁମାର ଜେନା, ଶ୍ରୀକାନ୍ତ ସେନାପତି, ସ୍ମିତ ରଞ୍ଜନ ସେନାପତି, ଗୌରାଙ୍ଗ ରଣା, ଉମାକାନ୍ତ ନାୟକ, ପଦ୍ମନାଭ ପରିଡା, ଦୀନବନ୍ଧୁ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ମନେରଞ୍ଜନ ଦେଓଙ୍କ ସ୍ମୃତିଚାରଣ କରିଥିଲେ । ପ୍ରତାପ ଦେଓ, ରଘୁ ଦେଓ, ଜିଲ୍ଲାପରିଷଦ ସଦସ୍ୟା ପ୍ରଣତୀ ଦେଓ, ଲୀନାଦେଓ, ପ୍ରୀତମ ଦେଓ, ମାନୁ ଦେଓ, ଲିଟୁ ଦେଓ, ମାମା ଦେଓ, ସୁନା ଦେଓ, ଗୁଲୁ ଦେଓ, ମିଲୁ ଦେଓ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ