ଶିକ୍ଷକ ମାନଙ୍କ ଦାବୀ ପୂରଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ଏକ୍ସ କ୍ୟାଡର ପ୍ରଥା ଉଛେଦ କରି କ୍ୟାଡର ଭୁକ୍ତ କରିବା, ଗଣ ଶିକ୍ଷକଙ୍କୁ ନିୟମିତ କରିବା, କଳା, କ୍ରୀଡା ଶିକ୍ଷକଙ୍କୁ ନିୟମିତ କରିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରିବା, ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା, ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ସମସ୍ତ ବର୍ଗର ଶିକ୍ଷକ ମାନଙ୍କ ଦାବୀ ପୂରଣ କରିବା ନେଇ ଶୁକ୍ରବାର ଗଞ୍ଜାମ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦାବୀ ପତ୍ର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ମୁଖ୍ୟ ଶାସନ ସଚିବ, ଗଣ ଶିକ୍ଷା ମନ୍ତ୍ରୀ ଓ ସଚିବ ଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାର ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ ଙ୍କୁ ପ୍ରଦାନ କରାଯାଇଛି । ସେମାନଙ୍କ ଦାବୀ ଗୁଡିକ ଯଥା ଶୀଘ୍ର ପୂରଣ ନ ହେଲେ ଅଗଷ୍ଟ ୧୬ ତାରିଖ ଠାରୁ ସେମାନେ ସମୂହ ଛୁଟିରେ ରହି କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହେବେ ବୋଲି ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସାରଥୀ ପାତ୍ର, ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମହାରଣା, ଓପିଟିଏ -ଏନପିଏସ ରାଜ୍ୟ ସଭାପତି ରାଜେଶ ମହାନ୍ତି, ରାଜ୍ୟ କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ବେହେରା, ଏକ୍ସ କ୍ୟାଡର ଜିଲ୍ଲା ସଭାପତି ବିଷ୍ଣୁ ନାରାୟଣ ପଣ୍ଡା, ରାଜେନ୍ଦ୍ର କୁମାର ଗୌଡ଼, ଶ୍ରୀହର୍ଷ ମହାରଣା, ହେମନ୍ତ କୁମାର ସେଠି, ଜି. ତ୍ରିପତୀ, ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ରାଜେନ୍ଦ୍ର କୁମାର ବେହେରା,ବୁଲୁ ବେହେରା, ଜୟ ଦେବ ଚର୍ଚ୍ଚି, ମନୋଜ ଚୌଧୁରୀ, ହରିହର ବେହେରା, ଦୁର୍ଯ୍ୟୋଧନ ମଲ୍ଲିକ, ସୁରେଶ କୁମାର ମହାନ୍ତି, ମନୋଜ ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ଦାସ ଓ ଙ୍କ ସମେତ ବହୁ ଶିକ୍ଷକ/ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ, ପ୍ରାରମ୍ଭରେ ବିଭିନ୍ନ ଦାବୀ ନେଇ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ରୁ ଶିକ୍ଷକ /ଶିକ୍ଷୟତ୍ରୀ ମାନେ ଏକ ଶୋଭାଯାତ୍ରା ରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚି ଥିଲେ, ସେଠାରେ ସେମାନଙ୍କ ଦାବୀ ଉପରେ ଆଲୋକପାତ କରିଥିଲେ, ପରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ