ଶିକ୍ଷକ ମାନେ ବିଦ୍ୟାଳୟକୁ ବିଳମ୍ବରେ ଆସିବା ନେଇ ଅଭିଯୋଗ

ବଡ଼ସାହି, (ନିରଞ୍ଜନ ମହାନ୍ତ): ବଡ଼ସାହି ବ୍ଲକ ଅନ୍ତର୍ଗତ ମାଣ ତ୍ରି ଠାରେ ଥିବା ବି ଏନ୍ ନୋଡାଲ ହାଇସ୍କୁଲ ରେ ଶିକ୍ଷକ ମାନେ ସଠିକ୍ ସମୟରେ ନ ଆସିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ଭିତ୍ତି କରି ଆଦ୍ୟା ସକାଳେ ମାଣ ତ୍ରି ପଞ୍ଚାୟତ ନାଏବ ସରପଂଚ ଅଜିତ କୁମାର ପଣ୍ଡା(କାଳିଆ ନାନା) ନେତୃତ୍ୱରେ କିଛି ଅଭିଭାବକ ସକାଳ୬ଘଣ୍ଟା ରେ ବିଦ୍ୟାଳୟ ସମ୍ମୁଖରେ ଆସି ଉପସ୍ଥିତ ହୋଇ ଦେଖିଲେ ବର୍ତ୍ତମାନ ସରକାର ଗ୍ରୀଷ୍ମ ପ୍ରବାହ କୁ ନଜରରେ ରଖି ସକାଳ୬ଘଣ୍ଟା୩୦ମିନିଟ ରୁ ବିଦ୍ୟାଳୟରେ ପାଠ ପଢା ଆରମ୍ଭ ହେବାର ନିୟମ ଥିବା ବେଳେ ଏଠାରେ କିନ୍ତୁ ୬ଘଣ୍ଟା୪୦ମିନିଟ ସମୟରେ ଆସି ଜଣେ ଶିକ୍ଷକ ବିଦ୍ୟାଳୟ ଗେଟ୍ ତାଲା ଖୋଲି ବାରୁ ପିଲାମାନେ ଭିତରଜାଇ ଥିଲେ । କିନ୍ତୁ ଏଠାରେ ଏକ ନିୟମ ଦେଖିବାକୁ ମିଳି ଥିଲା ପିଲା ମାନଙ୍କୁ ପ୍ରାର୍ଥନା ପରେ ସଫେଇ କରାଉ ଥିଲେ । ପର ମୁହୂର୍ତ୍ତରେ ଶ୍ରୀ ପଣ୍ଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଫୋନ୍ ଯୋଗେ ସଠିକ୍ ସମୟ ବିଦ୍ୟାଳୟ ଆରମ୍ଭ ଫୋନ୍ ଯୋଗେ ପଚାରି ଥିଲେ ।ତାଙ୍କ କହିବା ସମୟ ଅନୁସାରେ ବିଦ୍ୟାଳୟରେ କୌଣସି ଶିକ୍ଷକ ଉପସ୍ଥିତ ନ ଥିବାର ଦେଖିବାକୁ ମିଳି ଥିଲା । ବିଦ୍ୟାଳୟରେ କେତେକ ଅନିୟମିତତା ମଧ୍ୟ ଦେଖିବାକୁ ମିଳିଛି । କେତେକ ଅଭିଭାବକ ଏ ଯାଏଁ ଟି ସି ପାଇଁ ନ ଥିବାରୁ ତାଙ୍କ ପିଲାଙ୍କୁ କିଏ ଆଦର୍ଶ କି ଅନ୍ୟ କଉଠି ଏଡିମିସନ୍ ପାଇଁ ଟିସି ସମସ୍ୟା ଦେଖା ଦେଇ ଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ