ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଲେ ପୁରାତନ ଛାତ୍ର ଛାତ୍ରୀ

କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ନିକଟସ୍ଥ ପ୍ରସିଦ୍ଧ ପିକନିକ ସ୍ଥଳ ତିନି୍ଧାରିଆ ଠାରେ ୧୯୯୨ ବ୍ୟାଚ ପ୍ରାକ୍ଟିସିଂ ଉପ୍ରା ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ର, ଛାତ୍ରୀ ମାନଙ୍କ ଦ୍ଵାରା ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ସେହି ସମୟରେ ଶିକ୍ଷା ଦାନ କରାଉଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ପ୍ରଧାନଶିକ୍ଷକ ସାଧୁ ଚରଣ ଦାସ,ଶିକ୍ଷୟତ୍ରୀ ମାଣିକ ହେମ୍ବ୍ରମ, ଶିକ୍ଷୟତ୍ରୀ ଦୀପାଳୀ ବୋଷ,ଶିକ୍ଷୟତ୍ରୀ ଆଞ୍ଜୁଳା ମହାନ୍ତ, ଶିକ୍ଷୟତ୍ରୀ ସୁକାନ୍ତି ସାହୁ ପ୍ରମୁଖ ଙ୍କୁ ସେତେବେଳେ ର ଛାତ୍ର ଛାତ୍ରୀ ମାନେ ଏହି ବନ୍ଧୁ ମିଳନ କୁ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ ଓ ପାଖରେ ପୁରାତନ ଛାତ୍ର, ଛାତ୍ରୀ ମାନଙ୍କୁ ପାଖରେ ପାଇ ଶିକ୍ଷକ ,ଶିକ୍ଷୟିତ୍ରୀ ମାନେ ଭାବ ବିହ୍ୱଳ ହୋଇଯାଇଥିଲେ ପରେପରେ ପୁରାତନ ଛାତ୍ର ଅରୁଣ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ପ୍ରଥମେ ମୃତ୍ୟୁ ବରଣ କରିଥିବା ଶିକ୍ଷକ ଓ ଛାତ୍ର ମାନଙ୍କ ପାଇଁ ୧ମିନିଟ ର ନୀରବ ପ୍ରାର୍ଥନା କରାଯାଇଥିଲା ,ଅରୁଣ କୁମାର ବେହେରା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ ଓ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ ଏବଂ ମୋଞ୍ଚାସିନ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିବା ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ଓ ସେତେବେଳେ ର ପୁରୁଣା ଶ୍ରୁତି କୁ ମନେ ପକାଇ ସମସ୍ତେ କିଛି ମୁହୂର୍ତ୍ତପାଇଁ ଭାବ ବିହ୍ୱଳ ହୋଇପଡିଥିଲେ ତାପରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଫୁଲତୋଡା, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା
ସଭା ଶେଷ ରେ ପୁରାତନ ଛାତ୍ରୀ ମମତା ମୂର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ପରେ ପରେ ଆୟୋଜନ ହୋଇଥିବା ବଣ ଭୋଜିରେ ସମସ୍ତେ ମଜା ନେଇଥିଲେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ପୁରାତନ ଛାତ୍ର ରବୀନ୍ଦ୍ର ମର୍ରାଣ୍ଡି,ଅସଗୋର ଇମାମ, କୁଳମଣି ବେହେରା,ଶିବ ବେହେରା ,ଦେବାଶିଷ ବେହେରା ଙ୍କ ସମତେ ୧୯୯୨ ମସିହାରେ ପ୍ରାକ୍ଟିସିଂ ବିଦ୍ୟାଳୟ ରେ ପଞ୍ଚମ ଶ୍ରେଣୀ ରେ ପଢ଼ୁଥିବା ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ