ଶିକ୍ଷକ ଶିକ୍ଷୟତ୍ରୀ ସମନ୍ୱୟ ବୈଠକ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ ବସନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଶିକ୍ଷୟିତ୍ରୀ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢୀ, ବ୍ଲକ ଶିକ୍ଷା ଅଧିକାରିଣୀ ମଞ୍ଜୁଵାଳା ନାୟକ, ଏବିଇଓ ଉମେଶ ଚନ୍ଦ୍ର ଜେନା, ଅକ୍ଷୟ କୁମାର ଜେନା, ମଞ୍ଜୁଳା ନାୟକ, ସିଆରସିସି କୈଳାସ ଚନ୍ଦ୍ର ସାମଲ, ଅଶୋକ ରାଉତ, ଝୁନାରାଣୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅବସର ଗ୍ରହଣ କରିଥିବା ଶିକ୍ଷୟତ୍ରୀ ମହିଲତା ସାହୁ, ଶଶାଙ୍କ ଶେଖର ସାହୁ, ସରୋଜିନୀ ମହାପାତ୍ର, ପ୍ରଫୁଲ୍ଲ କୁମାର ସାହୁଙ୍କୁ ମୁଖ୍ୟ ଅତିଥି ମାନପତ୍ର,ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷକ ଲୋକନାଥ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ତପନ କୁମାର ରାଉତ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ।