ଶିକ୍ଷକ ସଂଘର ସାଙ୍ଗଠନିକ ସଭା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଳକ ନୂତନ ପେନସନ୍ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ସାଙ୍ଗଠନିକ ସଭା ସ୍ଥାନୀୟ ଗୁପ୍ତେଶ୍ୱର ଶୈବପୀଠ ସମ୍ମୁଖ ପନ୍ଦରା ସମାଜ କୋଠଘର ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଂଘର ସଭାପତି ରାଜେନ୍ଦ୍ର କୁମାର ଗୌଡ ସଭାପତିତ୍ୱ କରିଥିଲେ। ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୂଖ୍ଯ ଅତିଥି ଭାବେ ଯୋଗ ଦେଇ ଦିଗପହଣ୍ଡି ବ୍ଳକ ଅଧିନ ବିଦ୍ୟାଳୟ ମାନଙ୍କରେ ଗୁଣାତ୍ମକ ଶିକ୍ଷାର ବିକାଶ ଓ ଶିକ୍ଷା ବିଭାଗକୁ ସୁଦୃଢ଼ କରି ରଖିଥିବା  ଶିକ୍ଷକ ଶିକ୍ଷୟତ୍ରୀ ଓ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋରେଶ ସେଠୀଙ୍କୁ ସାଧୁବାଦ ଜଣାଇ ପ୍ରାଥମିକ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାକୁ ରାଜ୍ୟ ସରକାରଙ୍କ ଠାରେ ଉପସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସ୍ଥାନୀୟ ତହସିଲଦାର ଅନୀତା କୁମାରୀ ସାହୁ ମୂଖ୍ଯବକ୍ତା, ବିଇଓ କୋରେଶ ସେଠୀ, ବ୍ଲକ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ଏବିଇଓ ବାଳା ମାଝୀ, ଅନ୍ୟତମ ଏବିଇଓ ବିଶ୍ରବା ପାଇକ ଏବଂ ରସାନନ୍ଦ ଘଡେଇ, ସଂଘର ଉପଦେଷ୍ଟା ତଥା ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଂଘର ବରିଷ୍ଠ ଉପଦେଷ୍ଟା ହୃଷିକେଶ ଗୌଡ, ବିଜୟ କୁମାର ପ୍ରଧାନ, ଶିବରାମ ପ୍ରଧାନ, ସୁଧାଂଶୁ ଶେଖର ପଣ୍ଡାଙ୍କ ସମେତ ସଂଘ ର ସମସ୍ତ କର୍ମକର୍ତ୍ତା ଓ ସମସ୍ତ କ୍ଳଷ୍ଟର ର ସମ୍ପାଦକ ମଞ୍ଚାସିନ ଥିଲେ। ଏହି ଅବସରରେ ନୂତନ ଭାବେ ନିଯୁକ୍ତି ପାଇଥିବା ୫୬ ଜଣ କନିଷ୍ଠ ଶିକ୍ଷକ  ଶିକ୍ଷୟିତ୍ରୀ  ଓ ଚାକିରି ରେ ନିୟମିତ ହୋଇଥିବା ୪୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ  ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶେଷରେ ବରିଷ୍ଠ ଶିକ୍ଷକ କେଶବ ବେହେରା ଏବଂ ସନ୍ତୋଷ କୁମାର ସାହୁଙ୍କ ତତ୍ତ୍ୱାବଧାନରେ  ସଂଘ ର ପୁନର୍ବିନ୍ୟାଶ କରାଯାଇଥିଲା। ଶିକ୍ଷକ ଉପେନ୍ଦ୍ର କୁମାର ପଣ୍ଡା, ଇ. ସିମାଦ୍ରୀ ପାତ୍ର, ଚନ୍ଦ୍ରଶେଖର ବାଡତ୍ଯା, ନରସିଂହ ପ୍ରସାଦ ପାଠୀ, କୃଷ୍ଣ ଚନ୍ଦ୍ର ପାତ୍ର, ବାସୁଦେବ ବେହେରା, ସୌଭାଗ୍ୟ କୁମାର ରାଉତ, ସିଆରସିସି ଅନୀଲ କୁମାର  ଦାସ, ସୁବ୍ରତ କୁମାର ପଣ୍ଡାଙ୍କ ସମେତ ସମସ୍ତ ଶିକ୍ଷକ  ଶିକ୍ଷୟିତ୍ରୀ  କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ