ଶିକ୍ଷକ ସଂଘ ପକ୍ଷରୁ ମାନ୍ୟବର ମନ୍ତ୍ରୀଙ୍କୁ ଦାବି ପତ୍ର

ପୋଲସରା, (ଅନିଲ କୁମାର ମହାରଣା):ପ୍ରାଥମିକ ଶିକ୍ଷକଙ୍କ ୬ ଦଫା ଦାବି ପୂରଣ ପାଇଁ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଶିକ୍ଷକ ସଂଘ ପକ୍ଷରୁ ଦିଆଯାଇଥିବା ଦାବି ପତ୍ର ଅନୁଯାୟୀ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ତୁରନ୍ତ ନିୟମିତ କରାଯିବା , ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ , ଶିକ୍ଷକ ମାନଙ୍କୁ ପୁରୁଣା ପେନସନ ପ୍ରଦାନ ବ୍ୟବସ୍ଥା କରିବା , ଶିକ୍ଷକ ମାନଙ୍କ ପଦୋନ୍ନତିରେ ଓଟିଇଟି ର ବାଧକ ଦୁର କରିବା , ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନିଜ ଜିଲ୍ଲାରେ ନିଯୁକ୍ତି କରିିବା ଏବଂ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ବ୍ୟବସ୍ଥା କରିବା ରହିଛି। ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କୁ ପ୍ରଦାନ କରା ଯାଇଥିବା ଦାବି ପତ୍ରରେ ଉଲ୍ଲେଖ କରାଯାଇନାହିଁ ଯେ ଶିକ୍ଷକ ସଂଘ ପକ୍ଷରୁ ୨୦୨୨ ମସିହା ନଭେମ୍ବର ମାସ ୨୭ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଉପରୋକ୍ତ ଦାବି ପୂରଣ ପାଇଁ ଚାଲିଥିବା ଆନ୍ଦୋଳନକୁ ତତ୍କାଳୀନ ବିଧାୟକ ତଥା ବର୍ତ୍ତମାନର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୃଢ଼ ସମର୍ଥନ କରିବା ସହିତ ଶିକ୍ଷକ ମାନଙ୍କ ଏହି ନ୍ୟାଯ୍ୟ ଦାବିକୁ ପୁରଣ କରିବା ପାଇଁ ବିଧାନସଭାରେ ଦାବି କରିଥିଲେ। ଏଣୁ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ମନ୍ତ୍ରୀ ଶ୍ରୀ ମଳିକ ଉପରୋକ୍ତ ଦାବି ପୂରଣ ଦିଗରେ ଉଦ୍ୟମ କରିବା ପାଇଁ ଶିକ୍ଷକମାନେ ନିବେଦନ କରିଛନ୍ତି। ମନ୍ତ୍ରୀ ଶ୍ରୀ ମଳିକ ଙ୍କୁ ଦାବି ପତ୍ର ପ୍ରଦାନ କରିବା ସମୟରେ ପୋଲସରା ବ୍ଳକ ରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଓ ଶିକ୍ଷକ ନେତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ