ଶିକ୍ଷକ ସଙ୍ଗଠନ ପକ୍ଷରୁ ନବବର୍ଷ ଉପଲକ୍ଷେ ଶୁଭେଚ୍ଛା

ବୁଗୁଡ଼ା, (ଅନିଲ କୁମାର ମହାରଣା) : ବୁଗୁଡା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ଓ ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘ ପକ୍ଷରୁ ପୃଥକ ପୃଥକ ଭାବେ ନବବର୍ଷ ଉପଲକ୍ଷେ ବିଶିଷ୍ଟ ବ୍ୟକ୍ତି ଓ ଅଧିକାରୀ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ବୁଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ସଭାପତି ମନୋରଞ୍ଜନ ଦାଶ, ସମ୍ପାଦକ ନଗେନ୍ଦ୍ର ଷଡଙ୍ଗୀ, କାଳୀଚରଣ ଆଚାର୍ଯ୍ୟ, ରବୀନ୍ଦ୍ର ପାତ୍ର, ପ୍ରମୋଦ କୁମାର ଦାଶ ପ୍ରମୁଖ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ବିଇଓ ପ୍ରଶନ କୁମାର ବେହେରା, ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି, ମୁଖ୍ୟ କିରାଣୀ ଭାସ୍କର ଚନ୍ଦ୍ର ସାହୁ, ଟ୍ରେଜେରୀ ଅଫିସରଙ୍କ ସମେତ ସାମ୍ବାଦିକମାଙ୍କୁ ନବ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସେହିପରି ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ସଭାପତି ସୁରେନ୍ଦ୍ର ଜେନା, କାର୍ଯ୍ୟକାରୀ ସଭାପତି ପୁରୁଷୋତ୍ତମ ପ୍ରଧାନ, ନିରଞ୍ଜନ ଗୌଡ଼, ସନ୍ତୋଷ କୁମାର ପାତ୍ର, ସତ୍ୟ ସେଠୀ, ସନ୍ତୋଷ କୁମାର ସ୍ୱାଇଁ ଓ ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ବିଇଓ ପ୍ରଶନ କୁମାର ସାହୁ, ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି, ମୁଖ୍ୟ କିରାଣୀ ଭାସ୍କର ଚନ୍ଦ୍ର ସାହୁ, ଅଫିସର କନିଷ୍ଠ କିରାଣୀ ଓ କର୍ମଚାରୀବୃନ୍ଦଙ୍କ ସମେତ ଟ୍ରେଜେରୀ ଅଫିସରଙ୍କୁ ନୂତବ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ