ଶିକ୍ଷକ ହେମନ୍ତ ତ୍ରିପାଠୀଙ୍କ ବିୟୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ଗୁଲନଗର ଛକସ୍ଥିତ ସାଇ ଭବନର ଅବସରପ୍ରାପ୍ତ ଶିକ୍ଷକ ହେମନ୍ତ କୁମାର ତ୍ରିପାଠୀଙ୍କର ୭୦ବର୍ଷ ବୟସରେ ବିୟୋଗ ହୋଇଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ପରୋପକାରୀ, ମିଷ୍ଠଭାଷି, ଧର୍ମପରାୟଣ ବ୍ୟକ୍ତି ଭାବରେ ସାଧାରଣରେ ପରିଚିତ ଥିଲେ । ତାଙ୍କର ଶେଷକୃତ୍ୟ ଜନ୍ମମାଟି ରତାଦିଆଖଣ୍ଡସାହି ପଞ୍ଚାୟତର କାଦୁଆ ଗ୍ରାମ୍ୟ ଶ୍ମଶାନରେ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ସାମ୍ବାଦିକ ମୃତ୍ୟୁଞ୍ଜୟ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ