” ଶିକ୍ଷଣ ପରିପୁରଣ କାର୍ଯ୍ୟକ୍ରମ ” ପାଇଁ ଦୁଇ ଦିନିଆ ତାଲିମ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ତଥା ନୋଡ଼ାଲ ସେଣ୍ଟର ପରିସରରେ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଆନୁକୂଲ୍ୟରେ “ଶିକ୍ଷଣ ପରିପୁରଣ କାର୍ଯ୍ୟକ୍ରମ” ପାଇଁ ଦୁଇଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ସେପ୍ଟେମ୍ବର ୨୮ ତାରିଖରେ ଅନୁଷ୍ଠିତ ତାଲିମ ଶିବରକୁ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା ଉଦଘାଟନ କରିଥିଲେ। ସେପ୍ଟେମ୍ବର ୨୯ ତାରିଖରେ ଦୁଇ ଦିନିଆ ତାଲିମ ଶିବିରର ଉଦଯାପନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀ ମହାରଣା ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା, ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପ୍ରଶନ କୁମାର ସ୍ୱାଇଁ ଓ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ ଅତିଥି ଭାବେ ଯୋଗ ଦେଇଥିଲେ। କରୋନ ସମୟରେ ଛାତ୍ରଛାତ୍ରୀ ବୃନ୍ଦଙ୍କ ଶିକ୍ଷାଦାନ ହୋଇପାରି ନଥିବା ଯୋଗୁଁ ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ପଛୁଆ ରହିଥିବା ଗଣଶିକ୍ଷା ବିଭାଗ ଅନୁଭବ କରିଛନ୍ତି। ସେଥିପାଇଁ ତୃତୀୟ ଶ୍ରେଣୀ ରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଦିନ ପ୍ରଥମ ଓ ଦ୍ଵିତୀୟ ପିରଡ଼ରେ ପଛୁଆ ପାଠର ଶିକ୍ଷାଦାନ ପାଇଁ ତାଲିମ ବ୍ୟବସ୍ଥା କରିଛନ୍ତି। ସାଧନ କର୍ମୀଭାବେ ଏସ.ଓ.ୟୁ.ଏଲ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଜଗନ୍ନାଥ ରଥ ଓ ଲଡୁ କିଶୋର ନାୟକ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ମାଣିତରା ଓ ବିରଞ୍ଚିପୁର କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟ ଗୁଡ଼ିକରୁ ପ୍ରଥମ ଦିନ ୬୩ ଜଣ ଓ ଦ୍ଵିତୀୟ ଦିନ ୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ଗ୍ରହଣ କରିଥିଲେ। ଶିକ୍ଷୟିତ୍ରୀ ସନ୍ତୋଷିନୀ ନାୟକ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ। ମାଣିତରା ସିଆରସିସି ଶଶିକାନ୍ତ ପାତ୍ର ପରିଚାଳନାରେ ସହଯୋଗ କରିଥିବା ବେଳେ ବିରଞ୍ଚିପୁର ସିଆରସିସି ସନ୍ତୋଷ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ