ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ କର୍ମଶାଳା

ଛତ୍ରପୁର, (ଦେବଦତ୍ତ ମହାରଣା):କରୋନା ମହାମାରୀ ସମୟରେ ସରକାରୀ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀଙ୍କ ଶିକ୍ଷା ଯେଉଁଭଳି ବାଧାପ୍ରାପ୍ତ ହୋଇଛି ତାହାର ପରିପୂରଣ ନିମନ୍ତେ ଓଡିଶା ସରକାରଙ୍କ ପକ୍ଷରୁ “ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ” ଆରମ୍ଭ ହୋଇଛି। ଛତ୍ରପୁର ସ୍ଥିତ ସର୍ବଶିକ୍ଷା ଅଭିଯାନ ସଭା ଗୃହ ପରିସରରେ ଏହି କାର୍ଯ୍ୟକ୍ରମ ସମ୍ବନ୍ଧିତ କର୍ମଶାଳାରେ ଜିଲ୍ଲାର ସମସ୍ତ ବ୍ଲକରୁ ବିଇଓ, ଏବିଇଓ, ସିଆରସିସି ଓ ବ୍ଲକ କୋର୍ଡିନେଟରମାନେ ଯୋଗ ଦେଇ ତାଲିମ ନେଇଥିଲେ। ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଣୀ ବିନିତା ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ ଯୋଗ ଦେଇଥିବା ବେଳେ ଓକେସିଏଲର ଗଞ୍ଜାମ ଜିଲ୍ଲା ମୂଖ୍ଯ ଏସ ରେଖା ମହାନ୍ତି ତାଲିମ ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲାର ୩୨୨୨ ବିଦ୍ୟାଳୟରେ ଓସେପା ପକ୍ଷରୁ ହେଉଥିବା ଏହି କାର୍ଯ୍ଯକ୍ରମ ପରିଚାଳନା ନିମନ୍ତେ ୧୫ ହଜାର ୪୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଓକେସିଏଲ ପକ୍ଷରୁ ୧୧୦ଟି ନୋଡାଲ କେନ୍ଦ୍ର ଠାରେ ପୂର୍ବରୁ ତାଲିମ ପ୍ରଦାନ କରାଯାଇଥିବା ବେଳେ ଆଜି ଏହି କାର୍ଯ୍ୟକ୍ରମର ଆଗାମୀ ଦିନରେ କିପରି ସଫ୍ଟୱେର ମାଧ୍ୟମରେ ନିରିକ୍ଷଣ କରାଯିବ ସେହି ତାଲିମ ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ