ଶିକ୍ଷାକର୍ମଚାରୀଙ୍କ ବିୟୋଗରେ ଶୋକସଭା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ଚିଙ୍ଗିଡିପୁର ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଠାରେ ବିଦ୍ୟାଳୟର ନୂତନ କିରାଣୀ ତଥା ଶିକ୍ଷା କର୍ମଚାରୀ ସ୍ୱର୍ଗତ ଦୁର୍ଯ୍ୟୋଧନ ପଣ୍ଡାଙ୍କ ଉଦ୍ଦେଶ୍ୟରେ ଏକ ଶୋକସବା ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳର ବରିଷ୍ଠ ନାଗରିକ ପୂର୍ଣ୍ଣଚନ୍ଦ୍ର ଖିଲାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଶୋକସଭାରେ ପ୍ରଧାନଶିକ୍ଷକ ସୁବଳ ଚନ୍ଦ୍ର ପତ୍ରୀ, ଯୁବ ସମାଜସେବୀ ଅମୁଲ୍ୟ ନାୟକ, ଅଜିତ କୁମାର ଦାସ, ମହେଶ୍ୱର ରାଉଳ, ମୁକୁନ୍ଦ ସାମଲ, ଦେବେନ୍ଦ୍ର ନାଥ ପାଣି, ରାଜେନ୍ଦ୍ର କୁମାର ସାହୁ, କୁଞ୍ଜ ବିହାରୀ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ କର୍ମମୟ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ । ଶିକ୍ଷକ ପ୍ରଭାତ କୁମାର ଖିଲାର ଧନ୍ୟବାଦ ଦେଇଥିଲେ ।