ଶିକ୍ଷାଦାନ ଏକ ପବିତ୍ର ସେଵା’ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ଵର୍ଦ୍ଧନା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଵିଦ୍ୟା ହେଉଛି ସବୁଠାରୁ ମୂଲ୍ୟବାନ ସଂପତ୍ତି। ଵିଦ୍ୟା ଦାନ ହେଉଛି ଶ୍ରେଷ୍ଠ ତଥା ପବିତ୍ର ସେଵା। ବିଦ୍ୟାଳୟରେ ଶିକ୍ଷକମାନେ ଶିକ୍ଷାଦାନକୁ ଖାଲି ବୃତ୍ତି ନୁହେଁ ବରଂ ପ୍ରବୃତ୍ତି ଭାବରେ ଗ୍ରହଣ କରିଥାଆନ୍ତି ବୋଲି ଗୋପ ମଣ୍ଡଳ ଶିକ୍ଷାଧିକାରୀ ସୁଶୀଳ କୁମାର ବ୍ରହ୍ମା ମତବ୍ୟକ୍ତ କରିଛନ୍ତି। କୋଣାର୍କ ନିକଟ ମାଟିଆପଡ଼ା ନୋଡାଲ ଉ.ପ୍ରା ସ୍କୁଲ ପରିସରରେ ଭୈରବ ନୋଡାଲ ୟୁପିଏସ କ୍ଲଷ୍ଟର ପକ୍ଷରୁ କୁନଙ୍ଗ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହୃଦୟ କୁମାର ବଡ଼ପଣ୍ଡାଙ୍କୁ ଭବ୍ୟ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଛି। ସିଆରସିସି ରବୀନ୍ଦ୍ରନାଥ ବାହିନୀପତିଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ଯୋଗଦେଇ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ଵ୍ରହ୍ମା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ବଡ଼ପଣ୍ଡାଙ୍କର ଆଦର୍ଶ କାର୍ଯ୍ୟାବଳୀକୁ ପ୍ରଶଂସା କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସିମିଳି ସରପଞ୍ଚ ବିଶ୍ୱଜିତ୍ ସ୍ୱାଇଁ, ସମିତିସଭ୍ୟା ମିନତି ସାହୁ, ଶିକ୍ଷାବିତ୍ ଲକ୍ଷ୍ମୀଧର ସାହୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ବଡ଼ପଣ୍ଡାଙ୍କର ଦୀର୍ଘଜୀବନ କାମନା କରିଥିଲେ। ସମ୍ଵର୍ଦ୍ଧନା ସଭାରେ ଉପସ୍ଥିତ ପ୍ରଧାନଶିକ୍ଷକ ସମ୍ରାଟ ଭଞ୍ଜ ଭୋଇ, ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାନ୍ତି, ପ୍ରଧାନଶିକ୍ଷକ ବାବୁରାମ ସ୍ୱାଇଁ, ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ଦାଶ, ଏ.କେ. ବିଦ୍ୟାପୀଠର ପ୍ରଧାନଶିକ୍ଷକ ରାମକୃଷ୍ଣ ମହାନ୍ତି, ଜାଜଲଵାଳା ପରିଡ଼ା, ଵାନାମ୍ଵର ବେହେରା, ବନ୍ଦନା ଆଚାର୍ଯ୍ୟ, ରେଖା ଦେଇ, ସତ୍ୟଭାମା ରଥ ଓ ଶୁଭସ୍ମିତା ନାୟକ ପ୍ରମୁଖ ପ୍ରଧାନଶିକ୍ଷକ ଶ୍ରୀ ବଡ଼ପଣ୍ଡାଙ୍କର ଗୁଣଗାନ କରିଥିଲେ। ଏହି ଅଵସରରେ କ୍ଲଷ୍ଟର ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନପୂର୍ଵକ ଶ୍ରୀ ବଡ଼ପଣ୍ଡାଙ୍କୁ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମାଟିଆପଡା ସ୍କୁଲର ଛାତ୍ରୀ ତଥା ଶିଶୁ କଳାକାର ଅର୍ଚ୍ଚିତା ଓ ଅଭିଲିପ୍ସା ଆକର୍ଷଣୀୟ ନୃତ୍ୟ ପରିଵେଷଣ କରି ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଶିକ୍ଷକ ଜିତେନ୍ଦ୍ର କୁମାର କାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ। ସହକାରୀ ଶିକ୍ଷକ ପ୍ରମୋଦ କୁମାର ବେହେରା, ଗଙ୍ଗାଧର ରାଉତ, ସୁଶାନ୍ତ ବେହେରାଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ