ଶିକ୍ଷାନିକେତନ ବିଦ୍ୟାଳୟର ଅଭିବାବକ ସମ୍ମିଳନୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ବାଲିଗୁଡାର ଅଗ୍ରଣୀ ଶିକ୍ଷାଅନୁଷ୍ଠାନ ଶିକ୍ଷାନିକେତନର ଅଭିଭାବକ ସମ୍ମିଳନୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ରାଜ କିଶୋର ପାଢୀଙ୍କ ସଭାପତିତ୍ୱରେ ହୋଇଥିବା ବେଳେ ମୁଖ୍ୟ ଅତିଥୀ ବାବେ ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଆରସିସି ଅମୁଲ୍ୟ ନାୟକ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରେଖାରାଣୀ ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ । ସ୍ୱାଗତ ଭାଷଣ ଶିକ୍ଷୟତ୍ରୀ ଲତିକା ପାତ୍ର ଦେଇଥିଲେ । କରୋନା ପରେପରେ ଏହା ବିଦ୍ୟାଳୟର ପ୍ରଥମ ବୈଠକ, ବିଦ୍ୟାଳୟର ସମସ୍ତ ରକାରୀ ନିୟମ ଉପରେ ସୁଚନା ଦିଆଗଲା, କରୋନା ପାଇଁ ପାଠ ପଢାରେ ବ୍ୟାଘାତ ଘଟିଥିଲା ସେଥି ନିମନ୍ତେ ଗତ ଦୁଇ ମାସରେ ପୁରଣା ପାଠକୁ ପଢାଯାଉଥିଲା । ଏହି ଛୋଟି ଖୋଲିବା ପରେ ନୁଆପାଠ ପଢାରେ ଲାଗିବେ ବୋଲି ସ୍ଥିର କରାଯାଇଛି । ବିଦ୍ୟାଳୟର କରୋନା ସମୟରେ ଯେଉଁସମସ୍ୟା ହୋଇଥିଲା ତାର କିଭଳି ସମାଧାନ ହୋଇପାରିବ ଅଭିଭାବକ ମାନେ ଆଲୋଚନା କରିଥିଲେ ।ଏଥିରେ ୧୨୦ରୁ ଉର୍ଦ୍ଧ ଅଭିଭାବକ ମାନେ ସାମିଲ ହୋଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା ।ଶେଷରେ ଶିକ୍ଷୟତ୍ରୀ ପ୍ରିତିରେଖା ପାତ୍ର ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ