ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରବାର ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସେଣ୍ଢତୀରାସ୍ଥିତ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠରେ ଛାତ୍ରଛାତ୍ରୀ ମାନେ ଗୁରୁ ଦିବସ ପାଳନ କରିଥିଲେ । ପ୍ରାରମ୍ଭରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ଶିକ୍ଷକ ସୁବାସ ଚନ୍ଦ୍ର ପ୍ରଧାନ, ସନ୍ତୋଷ ମଲ୍ଲିକ, ବିଜୟ ସାହୁ, ପ୍ରିୟମ୍ବଦା ରାଉତ, ପ୍ରଭାସିନୀ ବିଶ୍ୱାଳ, ଶ୍ରୀକାନ୍ତ ପଣ୍ଡା, ମନୋଜ ଶଂଖୁଆ, ଦୁର୍ଯ୍ୟାଧନ ମଲ୍ଲିକ, ପଦ୍ମାବତୀ ଧଳ, ବବିଲତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ନିଳୋକ ହାଇସ୍କୁଲ, ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟ, ହରିହର ନୋଡାଲ ଉପ୍ରା ବିଦ୍ୟାଳୟ, ପଳସାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର, ଲିଟିଲ୍ ସ୍କୁଇରେଲ୍ସ ପବ୍ଲିକ ସ୍କୁଲ ଆଦି ଶିକ୍ଷାନୁଷ୍ଠାନରେ ଏହି ଦିବସ ପାଳିତ ହୋଇଯାଇଛି ।


