ଶିକ୍ଷାନୁଷ୍ଠାନରେ ଯୋଗ ଦିବସ ଓ ‘ପିଲାଟିଏ- ଗଛଟିଏ’ କାର୍ଯ୍ୟକ୍ରମ

ହିଂଜିଳିକାଟୁ, (ଶେଷଦେବ ସାହୁ) : ହିଂଜିଳିକାଟୁ ପୌରାଂଚଳ ଓ ବ୍ଳକର ବିଭିନ୍ନ ଗ୍ରାମରେ ଅବସ୍ଥାପିତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଏବଂ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଯୋଗ ଦିବସ ପାଳନ କରାଯାଇଛି । ଶୂକ୍ରବାର ପ୍ରାତଃହରୁ ବହୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷାର୍ଥୀ, ଶିକ୍ଷକ, ଶିକ୍ଷୟ୍ତ୍ରୀ ମାନେ ପଂହଚି ଯୋଗ କରିଥିଲେ । ଯୋଗର ଉପକାରିତା ନେଇ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଶିକ୍ଷାର୍ଥୀଙ୍କୁ ବୁଝାଇ କହିଥିଲେ । ଗ୍ରୀଷ୍ମ ଅବକାଶ ପରେ ଶୁକ୍ରବାର ଦିନ ବିଦ୍ୟାଳୟ ପୁନଃ ଖୋଲା ଯାଇଥିବା ବେଳେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ, ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ ଫାଟକ୍ରେ ରଙ୍ଗ ବେରଙ୍ଗ ବେଲୁନରେ ସୁସଜ୍ଜିତ କରିବା ସହ ଝୋଟି ଆଙ୍କି ନୂତନଭାବେ ବିଦ୍ୟାଳୟରେ ନାମ ଲେଖାଇଥିବା ଶିକ୍ଷାର୍ଥୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲେ । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ ପ୍ରକାରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ‘ପିଲାଟିଏ- ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହିଂଜିଳିକାଟୁ ପୌରାଂଚଳ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁୁନିଙ୍କ ଅଧ୍ୟକ୍ଷତାରେ ‘ପିଲାଟିଏ- ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୂମାର ପାତ୍ର ଓ ସମ୍ମାନୀତ ଅତିଥି ଭାବେ ତହସିଲଦାର ଗୋପିନାଥ କୁଅଁର, ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧାରୀ ପ୍ରମୁଖ ଯୋଗେଦେଇ ବୃକ୍ଷରୋପଣର ଆବଶ୍ୟକତା ବିଷୟରେ ଶିକ୍ଷାର୍ଥୀଙ୍କୁ ଅବଗତ କରାଇଥିଲେ । ପରିଶେଷରେ ଶିକ୍ଷର୍ଥୀ ମାନେ ନିଜ ନିଜ ବାରରେ ଗୋଟିଏ ଲେଖାଏଁ ଗଛ ଲଗାଇବା ସହ ତାହାର ଯତ୍ନ ନେବା ପାଇଁ ଶପଥ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଅନୁରୂପ ଭାବେ ହିଂଜିଳିକାଟୁ ପୌରାଂଚଳ ସ୍ଥିତ ବୃନ୍ଦାବନ ବିଦ୍ୟାପିଠ, ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ, ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ, ବୁରୁପୋଡ଼ା ଭଗବତି ବିଦ୍ୟାପିଠ, ପୋଡ଼ିଙ୍ଗି ଶ୍ୟାମଳାଇ ଉଚ୍ଚ ବିଦ୍ୟାଳୟ, ସିକିରି ଉଦୟନାଥ ଉଚ୍ଚ ବିଦ୍ୟାଳୟ, ବଡ଼ଖଣ୍ଡିସ୍ତ୍ୟଭାମା ବିଦ୍ୟାପିଠ, କଂଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଦୁର୍ବନ୍ଧ ପଂଚାୟତ ଉଚ୍ଚ ବିଦ୍ୟାଳୟ ସମେତ ହିଂଜିଳିକାଟୁ ପୌରାଂଚଳ ଓ ବ୍ଳକର ବିଭିନ୍ନ ଗ୍ରାମରେ ଅବସ୍ଥାପିତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଏବଂ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଯୋଗ ଦିବସ ଓ ‘ପିଲାଟିଏ- ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ