ଶିକ୍ଷାନୁଷ୍ଠାନ ରେ ସରସ୍ବତୀ ପୂଜା ଅନଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ଗୁରୁବାର ଥିଲା ପବିତ୍ର ଶ୍ରୀ ପଞ୍ଚମୀ ତିଥି। ଏହି ଅବସର ରେ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କ ରେ ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ପୂଜା ମହାଆଡମ୍ବର ସହିତ ଅନୁଷ୍ଠିତ ହୋଇ ଯାଇଛି। ସାଧାରଣତନ୍ତ୍ର ଦିବସ ପାଇଁ ପ୍ରଥମେ ସମସ୍ତେ ପ୍ରଭାତ ଫେରି ଓ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟ ରେ ଅଂଶଗ୍ରହଣ କରିଥିଲେ। ତା ପରେ ମା ସରସ୍ବତୀ ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଫଳ,ମୂଳ , ପୁଷ୍ପ ନେଇ ବିଦ୍ୟାଳୟ କୁ ଯାଇଥିଲେ। ସେଠାରେ ମା ସରସ୍ବତୀ ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ସାଧାରଣତନ୍ତ୍ର ଦିବସ ଓ ସରସ୍ଵତୀ ପୂଜା ଏକା ଦିନ ରେ ପଡିଥିବାରୁ ବିଦ୍ୟାଳୟ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ଉତ୍ସବ ମୁଖର ହୋଇ ପଡ଼ିଥିଲା। ବେଶ ଖୁସି ମନାଇଥିଲେ ଛାତ୍ର,ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ