ଶିକ୍ଷାବିତଙ୍କ ପରଲୋକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ବୟାବନାପୁର ଧଳସାହି ଠାରେ ଶିକ୍ଷାବିତ ଶୁକଦେଵ ରଥଙ୍କର ପରଲୋକ ଘଟିଛି । ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ଥିବା ବେଳେ ଆଜି ୮୪ବର୍ଷରେ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ଖବର ପାଇ ପ୍ରାକ୍ତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଣୀତ କାନ୍ତି ସାମଲ, ପୂର୍ବତନ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ଲକ୍ଷ୍ମୀଧର ସାହୁ, ଯୁବନେତା ଲଳିତ ରାଉତ, ସମାଜସେବୀ ଦେବେନ୍ଦ୍ର ଦାସ, ହେମନ୍ତ ଜେନା, ରଜନୀକାନ୍ତ ଚନ୍ଦ, ସବିତା ଚନ୍ଦ, ମିନତୀ ସାହୁ, ପ୍ରଶାନ୍ତ ସାହୁ, ହିମାଂଶୁ ଧଳ, ବିଷ୍ଣୁ ଚରଣ ଦାସ, ଅଶୋକ ବାରିକ, କାଳିଆ ଜେନା, ରମେଶ ଚନ୍ଦ୍ର ଦାସ ପ୍ରମୁଖ ଧଳସାହି ବାସଭବନରେ ପହଁଚି ପ୍ରାର୍ଥିବ ଶରୀରର ଶେଷ ଦର୍ଶନ କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।