ଶିକ୍ଷାବିତଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକ ସଭା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ବଜାର ସ୍ଥିତ ଉତ୍କଳମଣୀ ସାହିତ୍ୟ ସଂସଦ ପକ୍ଷରୁ ସୁସାହିତ୍ୟିକ ତଥା ଶିକ୍ଷକ ସୂର୍ଯ୍ୟମଣୀ ବିଶ୍ୱାଳଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ନିରଞ୍ଜନ ଓଝା, ରଘୁନାଥ ଖଟୁଆ, ନାରାୟଣ ପୋଥାଳ, ଘନଶ୍ୟାମ ସ୍ୱାଇଁ, ଗୌରହରି ସାହୁ ପ୍ରମୁଖ ଯୋଗଦେଇ ଦିବଂଗତ ସାହିତ୍ୟିକଙ୍କ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସଂଗଠନ ସମ୍ପାଦକ ପୁରୁଷୋତ୍ତମ ଧଳ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ହିମାଂଶୁ ରାଉତ ଧନ୍ୟବାଦ ଦେଇଥିଲେ ।