ଶିକ୍ଷାବିତଙ୍କ ସ୍ମୃତି ଚାରଣ ସଭା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଶାରଦା ବିଦ୍ୟାମନ୍ଦିର ପରିସରରେ ଅବସରପ୍ରାପ୍ତ ଶିକ୍ଷକ ତଥା ସୁ ସାହିତ୍ୟିକ ସୁରେନ୍ଦ୍ରନାଥ ଦାସଙ୍କ ବିୟୋଗରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ପ୍ରକାଶ କିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ ଲକ୍ଷ୍ମୀଧର ନାୟକ, ନରହରି ମହାନ୍ତି, ସାହିତ୍ୟିକ ନାରାୟଣ ଚନ୍ଦ୍ର ସାମଲ, ନଟବର ରାଉଳ, ଏବିଓ ପୁରୁଷୋତ୍ତମ ଧଳ ପ୍ରମୁଖ ଯୋଗଦେଇ ଦିବଂଗତ ଆତ୍ମାର ସଦଗତି କାମନା କରିଥିଲେ । ଏହା ସହିତ ଶ୍ରୀ ଦାସଙ୍କ ଆକସ୍ମିକ ବିୟୋଗ ଭଣ୍ଡାରିପୋଖରୀ ସାହିତ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅନାଦି ଚରଣ ସାହୁ, ରମାକାନ୍ତ ବେହେରା, ଜଗନ୍ନାଥ ସାମଲ, ଶିକ୍ଷକ ସଂଜୟ କୁମାର ନନ୍ଦ, ନିର୍ମଳ ସେନାପତି, ମନ୍ମଥ ନାଥ ଦାସ, କେଶବ ଚନ୍ଦ୍ର ସେଠୀ, ଅନନ୍ତ ତ୍ରିପାଠୀ, ବିଶ୍ୱମ୍ବର ରାଉତ, ବିଶ୍ୱରଞ୍ଜନ ଷେଣ୍ଢ, ରାଜେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଦାସଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିବାବେଳେ ସ୍ମୃତିଚାରଣ କରିଥିଲେ । ବିଶିଷ୍ଟ ଯୁବ ଶିକ୍ଷାବିତ ପବନ କୁମାର ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ।