ଶିକ୍ଷାବିତ୍ଙ୍କ ପରଲୋକ

ବେଗୁନିଆ (ଜୁଗାବ୍ଦ ନ୍ୟୁଜ୍‍): ବେଗୁନିଆ ବ୍ଲକର ପୋଡ଼ାଡ଼ିହ ଗ୍ରାମର ବିଶିଷ୍ଠ ଶିକ୍ଷାବିତ, ସମାଜସେବୀ ପ୍ରଫୁଲ ଚନ୍ଦ୍ର ପଣ୍ଡାଙ୍କର ଶନିବାର ୯ଟାରେ ପରଲୋକ ହୋଇଯାଇଛି । ଶ୍ରୀ ପଣ୍ଡା ଏକାଧାରରେ ଜଣେ ଶିକ୍ଷାବିତ ସମାଜସେବୀ ଓ ନ୍ୟାୟବିତ୍ ଭାବେ ଖୋର୍ଦ୍ଧା ଜିଲ୍ଲାରେ ପରିଚିତ ଥିଲେ । ପୋଡ଼ାଡ଼ିହସ୍ଥିତ ଜନତା ବିଦ୍ୟାପିଠର ସେ ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ଓ ପଙ୍ଗାରସିଂ ହାଇସ୍କୁଲ ଗଠନ କରିବାରେ ତାଙ୍କର ପ୍ରମୁଖ ଭୁମିକା ରହିଥିଲା । ଶ୍ରୀ ପଣ୍ଡାଙ୍କ ବିୟୋଗରେ ପଙ୍ଗାରସିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଉପେନ୍ଦ୍ର ଦାସ, ସମାଜସେବୀ ରାଜକିଶୋର ପାଣିଗ୍ରାହୀ, ବିଧାୟକ ପ୍ରାର୍ଥୀ ପ୍ରଦିପ ସାହୁ, ରାଜେନ୍ଦ୍ର ସାହୁ ଓ ରିଷଭ ନନ୍ଦ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ପଣ୍ଡାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା ପରେ ନିଜ ଗ୍ରାମ ଶଶ୍ମାନରେ ଦାହ କରାଯାଇଥିଲା । ବହୁ ପୁରାତନ ଛାତ୍ରଛାତ୍ରୀ ତାଙ୍କର ଅନ୍ତେଷ୍ଟ୍ରୀକ୍ରିୟାରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ