ଶିକ୍ଷାବିତ୍ ବିବେକାନନ୍ଦ ମିଶ୍ରଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଭୁବନେଶ୍ୱରପୁର ଶାସନର ଶିକ୍ଷାବିତ୍ ବିବେକାନନ୍ଦ ମିଶ୍ର(୭୧)ଙ୍କର ପରଲୋକ ଘଟିଛି । ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଘରୋଇ ହସପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ଶର୍ଯ୍ୟା ନିକଟରେ ପତ୍ନୀ, ପୁତ୍ର, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା । ବଡ଼ ପୁଅ ଅଂଶୁମାନ ମୁଖାଗ୍ନି ଦେଇଥିଲେ । ସେ ଜଣେ ସରଳ, ମେଳାପୀ ଓ କର୍ତ୍ତବ୍ୟ ପରାୟଣ ଶିକ୍ଷକ ଥିଲେ । ଚାକିରୀରୁ ଅବସର ନେବା ପରେ କିଛିଦିନ ଆଇନଜୀବି ଭାବେ କାର୍ଯ୍ୟ କରିବା ସହିତ ନିଜ ଗ୍ରାମରେ ଶିବ ମନ୍ଦିର, ବନ୍ତସ୍ଥିତ ବିରିଗଢ଼ିଆ ମଠରେ ନୃସିଂହନାଥଙ୍କ ମନ୍ଦିର ନିର୍ମାଣ କରିଥିଲେ । ନିଜକୁ ସମାଜସେବାରେ ନିୟୋଜିତ କରିବା ସହିତ କରୋନା ସମୟରେ ଲୋକ ମାନଙ୍କୁ ଖାଦ୍ୟ ସାମଗ୍ରୀ ଓ ଅର୍ଥ ଦାନ କରିଥିଲେ ।