ଶିକ୍ଷାବିତ୍ ସ୍ୱର୍ଗତ ଗିରିଧାରୀ ବଳଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଗ୍ରାମର ପୂର୍ବତନ ଶିକ୍ଷକ, କ୍ରୀଡାବିତ ତଥା ସମାଜସେବୀ ସ୍ୱର୍ଗତ ଗିରିଧାରୀ ବଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସ୍ମୃତିଚାରଣ ସଭାରେ ପିତାମ୍ବର ପଣ୍ଡା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଗୌରାଙ୍ଗ ମହାକୁଡ, ମୁଖ୍ୟବକ୍ତା ଭାବେ କୃଷ୍ଣ ଚନ୍ଦ୍ର ପରିଡା, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ପ୍ରଫୁଲ୍ଲ ରାଉତ, ରମାକାନ୍ତ ରାଉତ, ଜଗନ୍ନାଥ ନାୟକ, ନାରାୟଣ ଚନ୍ଦ୍ର ପ୍ରଧାନ, ଜଗନ୍ନାଥ ପାଣିଗ୍ରାହୀ, ପୁରୁଷୋତ୍ତମ ଦାସ, ଶ୍ରୀକାନ୍ତ ପଣ୍ଡା, ଅଭୟ କୁମାର ପ୍ରଧାନ ଯୋଗ ଦେଇ ସ୍ୱର୍ଗତ ବଳଙ୍କ ସ୍ମୃତିଚାରଣ କରିଥିଲେ । ଏଥିରେ ପ୍ରଦ୍ୟୁମ୍ନ କୁମାର ପଣ୍ଡା, ସଞ୍ଜୟ କୁମାର ବଳ, ଦୈତାରୀ ପତି, ସୁରେଶ ଚନ୍ଦ୍ର ପ୍ରଧାନ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ