ଶିକ୍ଷାବିତ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ଅଭୀମନ୍ୟୁ ପଟ୍ଟନାୟକ ସ୍ମୃତି ସମ୍ମାନ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହରର ବିଶିଷ୍ଠ ଶିକ୍ଷାବିତ, ଗାନ୍ଧୀବାଦୀ, ସମାଜସେବୀ, ଗଞ୍ଜାମ ଏନଏସି, ଗଞ୍ଜାମ ମହାବିଦ୍ୟାଳୟ, ଗଞ୍ଜାମ ପୋୖରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ, ଗଂଜାମ ସ୍ୱରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଭାରତୀ ବିଦ୍ୟା ପୀଠ ଷ୍ଟାଡିୟମ, ତହସିଲ କାର୍ଯ୍ୟାଳୟ ପ୍ରମୁଖର ପ୍ରତିଷ୍ଠାତା ଓ ସହରକୁ ପାନୀୟଜଳ ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ବର୍ଗତ ଅଭିମନ୍ୟୁ ପଟ୍ଟନାୟକଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି। ସରସ୍ୱତୀ ଶିଶୁ ମନ୍ଦିରର ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା।ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗଞ୍ଜାମ ଦ୍ଵାରା ଆୟୋଜିତ ଶ୍ରାଦ୍ଧଦିବସ ପାଳନରେ ଓଡ଼ିଶା ଗ୍ରୀଡ଼ କୋର ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିପିନ୍ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିୟ ଅତିଥି ରୂପେ ଶିକ୍ଷକ ବିପିନ୍ ଚନ୍ଦ୍ର ପଟ୍ଟନାୟକ ଯୋଗଦେଇଥିଲେ। ସ୍ୱର୍ଗତ ପଟ୍ଟନାୟକଙ୍କ ପୁତ୍ର ପ୍ରଦୀପ୍ତ କୁମାର ପଟ୍ଟନାୟକ,ଶିଶୁମନ୍ଦିରର ପରିଚାଳନା କମିଟିର ସଭାପତି ଶ୍ରୀବିନୋଦ ଚନ୍ଦ୍ର ମହାପାତ୍ର,ସମ୍ପାଦକ ଶ୍ରୀ ଗିରିଶ କୁମାର ଆଚାର୍ଯ୍ୟ,ଯୁଗ୍ମ ସମ୍ପାଦକ ଶ୍ରୀ ଦାମୋଦର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ” ଭରସା ” ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବିଶିଷ୍ଟ ଶିକ୍ଷାବିତ ତଥା କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ଚଳିତବର୍ଷ ଷଷ୍ଠ ଅଭିମନ୍ୟୁ ପଟ୍ଟନାୟକ ସ୍ମୃତି ସମ୍ମାନ ଦେବା ପାଇଁ ଘୋଷଣା କରାଯାଇଥିଲା। ଏହି ସମ୍ମାନ ଆସନ୍ତା ଜାନୁଆରୀ ୧୨ ତାରିଖରେ ପ୍ରଦାନ କରାଯିବ। ପ୍ରଧାନ ଆଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ରଙ୍କ ସଂଯୋଜନାରେ ଏହି ସ୍ମୃତି ସଭାରେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକ ,ଶିକ୍ଷୟିତ୍ରୀ, ବିଦ୍ୟାର୍ଥୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ