ଶିକ୍ଷାବିତ ଚତୁର୍ଭୁଜ ସ୍ୱାଇଁଙ୍କ ସ୍ମୃତିସଭା
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମର ପୁର୍ବତନ ଶିକ୍ଷକ ତଥା ଗାଁ ମୁରବୀ ଭାବେ କାର୍ଯ୍ୟକରୁଥିବା ଚତୁର୍ଭୁଜ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱର୍ଗତ ଚତୁର୍ଭୁଜ ସ୍ୱାଇଁ ଓ ଗୁଣ୍ଡିଚା ସ୍ୱାଇଁଙ୍କ ପ୍ରତିମୃର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଘସିପୁରା ବ୍ଲକ ବିଇଓ ତପୋଧନ ସ୍ୱାଇଁ, ସଞ୍ଜିବ କୁମାର ସ୍ୱାଇଁ, ସଞ୍ଜୟ କୁମାର ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରଥମ ବାର୍ଷିକ ସ୍ମୃତିସଭାରେ ଘସିପୁରା ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର, ଜିଲ୍ଲାପରିଷଦ ବିମ୍ବାଧର ବିଶ୍ୱାଳ, ବଉଳା ସାହିତ୍ୟ ସଂସଦର ସମ୍ପାଦକ ସୁରେନ୍ଦ୍ର ପରିଡା ସଭାପତିତ୍ୱ କରିଥିବାବେଳେ କବି ନାରାୟଣ ସାହୁ, ଅନନ୍ତ ଚରଣ ମୁଦୁଲି, ବନମାଳୀ ଜେନା, ମୁରଲୀଧର ବେହେରା, ଅଭୟ କୁମାର ସାମଲ, ଶିକ୍ଷାବିତ ମନମୋହନ ସାମଲ, ରାମଚନ୍ଦ୍ର ବେହେରା, ଶିକ୍ଷକ ରଘୁନାଥ ବେହେରା, ସୁଜିତ କୁମାର ଜେନା, ରାଧାକୃଷ୍ଣ ପତି, ବିନୟ ନାୟକ, ଶିଶିର କୁମାର ବିଶ୍ୱାଳ, କିଶୋର ଆଚାର୍ଯ୍ୟଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ସ୍ୱାଇଁଙ୍କ କର୍ମମୟ ଜୀବନର ସ୍ମୃତି ଚାରଣ କରିଥିଲେ । ସେ ଏକାଧାରରେ ଜଣେ ଶିକ୍ଷାବିତ ଓ ଦକ୍ଷ ସଂଗଠକ ଭାବେ ଜଣାଶୁଣା ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସେ ଶାସଙ୍ଗ ଗ୍ରାମର ଅନେକ ସାମାଜିକ ଅନୁଷ୍ଠାନ ସହିତ ଜଡିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ତପସ୍ୱିନୀ ସାମଲ, ଜୟଶ୍ରୀ ରାଉତ, ମନ୍ମୟୀ ସ୍ୱାଇଁ, ମଞ୍ଜୁଲତା ବେହେରା, ସାବିତ୍ରୀ ବେହେରା, ପଙ୍କଜ କୁମାର ସ୍ୱାଇଁ, ନିରୁପମା ସ୍ୱାଇଁ, ମନୋଜ କୁମାର ସ୍ୱାଇଁ, ସରୋଜ କୁମାର ସ୍ୱାଇଁ, ବନୋଜ କୁମାର ସ୍ୱାଇଁ, ବାରିଜ କୁମାର ସ୍ୱାଇଁ, ପଦ୍ମନାଭ ସାମଲ, ମନୋରଞ୍ଜନ ସାମଲ, ସ୍ୱାତିଶ ସାମଲ, ସୌରଭ ପରିଡା, ବିଶ୍ୱଭୁଷଣ ସାମଲ, ପ୍ରଦୀପ ସ୍ୱାଇଁ, ହେମନ୍ତ ସ୍ୱାଇଁ, କାଳନ୍ଦୀ ସ୍ୱାଇଁ, ସୁଶାନ୍ତ ବେହେରା, ଖଗେଶ୍ୱର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଭଜନସନ୍ଧ୍ୟା ଓ ଗୀତାପାଠ କରାଯାଇଥିଲା ।