ଶିକ୍ଷାବିତ ଡ଼. ସବିତା ଦାସଙ୍କୁ ଅଭିମନ୍ୟୁ ପଟ୍ଟନାୟକ ସ୍ମୃତି ସମ୍ମାନ
ଗଂଜାମ, (ବିନୋଦ ପଲେଇ):ଗଞ୍ଜାମ ସହରର ବିଶିଷ୍ଟ ଶିକ୍ଷାବିତ , ଗାନ୍ଧିବାଦୀ ସମାଜସେବୀ, ଗଞ୍ଜାମ ଏନଏସି, ଗଂଜାମ ମହାବିଦ୍ୟାଳୟ, ଗଂଜାମ ପୌରାଞ୍ଚଳ ପରିଷଦର ବରିଷ୍ଠ ନାଗରିକ ପରିଷଦ, ଗଂଜାମ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର, ଭାରତୀ ବିଦ୍ୟାପୀଠ ଷ୍ଟାଡିୟମ, ଗଂଜାମ ତହସିଲ କାର୍ଯ୍ୟାଳୟ ର ପ୍ରତିଷ୍ଠାତା ସହ ସହରକୁ ପାନୀୟଜଳ ଯୋଗାଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ୱର୍ଗତ ଅଭିମନ୍ୟୁ ପଟ୍ଟନାୟକଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ୍ ମହାବିଦ୍ୟାଳୟର ଅଧ୍ୟାପକ ଗିରିଷ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଏହି ସ୍ମୃତି ଚାରଣ ସଭାରେ ବିଶିଷ୍ଟ ସମାଜ ସେବୀ ତ୍ରିନାଥ ପାଣିଗ୍ରାହୀ ଯୋଗଦେଇ ବିଦ୍ୟାର୍ଥିଙ୍କ ଭବିଷ୍ୟତ ଗଠନ କରିବା ଠାରୁ ଗଂଜାମ ସହରର ଗଠନରେ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠନାଗରିକ ତ୍ରିନାଥ ପଣ୍ଡା, ଗଞ୍ଜାମ ସ୍ଵରସ୍ବତୀ ଶିଶୁ ବିଦ୍ୟମନ୍ଦିର ପ୍ରଧାନ ଆଚାର୍ଯ୍ୟ ଆଦିତ୍ୟ ମହାପାତ୍ର ,ଶିଶୁ ମନ୍ଦିର ପରିଚାଳନା କମିଟିର ବିଶ୍ଵନାଥ ସାମନ୍ତରା ନିଜର ବକ୍ତବ୍ୟ ରଖିଥିଲେ। ସ୍ୱର୍ଗତ ପଟ୍ଟନାୟକଙ୍କ ଏକ ମାତ୍ର ପୁଅ ପ୍ରଦୀପ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ।ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ଡ଼. ସବିତରାଣୀ ଦାସଙ୍କୁ ଚଳିତବର୍ଷ ପଞ୍ଚମ୍ ଅଭିମନ୍ୟୁ ସ୍ମୃତି ସମ୍ମାନ ପାଇଁ ମୋନନିତ କରାଯାଇଥିଲା। ଏହି ସମ୍ମାନ ଆସନ୍ତା ଜାନୁଆରୀ ୧୨ତାରିଖରେ ପ୍ରଦାନ କରାଯିବ। ଅନ୍ୟ ମାନଙ୍କ ମଧ୍ୟରେ ଉତ୍ସବରେ ଭରସା ଅନୁଷ୍ଠାନର ସଭାପତି ଆଡଭୋକେଟ ଦିଲ୍ଲୀପ କୁମାର ପଟ୍ଟନାୟକ ସମ୍ପାଦକ ଦୂର୍ଗା ମାଧବ ପାଣିଗ୍ରାହୀ, ପୁର୍ବତନ , ଗଂଜାମ ମିଡିଆ ହାଉସର ଉପଦେଷ୍ଟା ଲକ୍ଷ୍ମୀ ଚରଣ ପାଢ଼ୀ,ସକ୍ଷମ ଅନୁଷ୍ଠାନର ଉପଦେଷ୍ଟା ସାମାରେଡ୍ଡୀ, ସଭାପତି ବସନ୍ତ ସାହୁ, ଦୂର୍ଗାଦେବୀ ଆଇଟିଆଇର ପ୍ରୋପାଇଟର ପ୍ରମୋଦ କୁମାର ପଣ୍ଡା, ଅପୂର୍ବାର ସଭାପତି ପ୍ରଭାତ ସାହୁ, ଗଂଜାମ ମିଡିଆ ହାଉସର କୋଷାଧ୍ୟକ୍ଷ ବିନୋଦ ଚନ୍ଦ୍ର ପଲେଇ, ବରିଷ୍ଠ ନାଗରିକ ଦେବେନ୍ଦ୍ର ପଣ୍ଡା, ଅବସର ପ୍ରାପ୍ତ ଶିକ୍ଷକ ସଂଘ ର ଉପଦେଷ୍ଟା ରମେଶ ଚନ୍ଦ୍ର ପଟ୍ଟନାୟକ, ଶିକ୍ଷାବିତ ଦୂର୍ଗା ପଟ୍ଟନାୟକ,ପ୍ରମୁଖଙ୍କ ସମେତ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି , ଶିକ୍ଷକ, ଶିକ୍ଷୟିତ୍ରୀ ବିଦ୍ୟାର୍ଥି ଉପସ୍ଥିତ ଥିଲେ।