ଶିକ୍ଷାବିତ ସ୍ୱର୍ଗତ ନାରାୟଣ ନାୟକଙ୍କ ପ୍ରତିମୁର୍ତ୍ତି ଉନ୍ମୋଚନ
ହାଟଡ଼ିହି, (ସୌମ୍ୟରଞ୍ଜନ ଆଚାର୍ଯ୍ୟ) : ହାଟଡିହି ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ସ୍ୱର୍ଗତ ନାରାୟଣ ଚନ୍ଦ୍ର ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ପ୍ରତିମୁର୍ତ୍ତି ଉନ୍ମୋଚନ ହୋଇଯାଇଛି । ଆୟୋଜିତ ଏକ ଉତ୍ସବରେ ବିଶିଷ୍ଟ ସମାଜସେବୀ ପିତାମ୍ବର ପାଢ଼ୀ ଏହି ପ୍ରତିମୃର୍ତ୍ତି ଉନ୍ମୋଚନ କରି ସ୍ୱର୍ଗତ ନାରାୟଣ ନାୟକଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଉତ୍ସବରେ ଶାନ୍ତିଲତା ନାୟକ, ନରେନ୍ଦ୍ର କୁମାର ନାୟକ, ସୁରେନ୍ଦ୍ର କୁମାର ନାୟକ, ଅମୀୟ କୁମାର ନାୟକ, ଗୌରୀପ୍ରଭା ନାୟକ, ରଶ୍ମୀ ନାୟକ, ତିଳୋତ୍ତମା ନାୟକ, ସୁଶମା ରାଣୀ ନାୟକ, ସୁବାସ ଚନ୍ଦ୍ର ନାୟକ, ଜୟପ୍ରକାଶ ନାୟକ, ଶ୍ୱେତା ନାୟକ, ଅର୍ପିତାରାଣୀ ନାୟକ, ସ୍ପନ୍ଦିତା ନାୟକ, ଅଙ୍କିତା ନାୟକ, ମଧୁସୁଦନ ନାୟକ, ସୁଦର୍ଶନ ନାୟକ, ପ୍ରଶାନ୍ତ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ ।


