ଶିକ୍ଷାବିଭାଗର ଅଜବ ନିୟମ ଯୋଗୁଁ ବଳିପଡୁଛନ୍ତି ଛାତ୍ରଛାତ୍ରୀ

ହାଟଡିହି, (ବିକାଶ ବିଶ୍ୱାଳ):ସରକାରଙ୍କ ବିଦ୍ୟାଳୟ ଗୁଡିକ ପ୍ରତି ଅଜବ ନିୟମ କରୁôତବା ଯୋଗୁଁ ଏବେ ଅନେକ ସ୍କୁଲ ବନ୍ଦ ହେବାକୁ ବସିଛି । ବ୍ଲକ ଗ୍ରାଣ୍ଡ, ଏଡେଡ ସ୍କୁଲ ଭଳି ସ୍କୁଲ ଗୁଡିକ ନାମିତ କରି ବିଦ୍ୟାଳୟ ଗୁଡିକୁ ବନ୍ଦ କରିଦେଉ ଥିବାରୁ ଏବେ ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ଚଡକ ପଡିଛି । ଏହି ବିଦ୍ୟାଳୟ ଗୁଡିକରେ ଶିକ୍ଷକ ନିଯୁକ୍ତି ହେଉ ନଥିବା ଯୋଗୁଁ ଗୋଟିଏ ପରେ ଗୋଟିଏ ବିଦ୍ୟାଳୟ ବନ୍ଦ ହୋଇ ଯାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧୁବନ ସ୍କୁଲରେ । ହଦଗଡ ପଞ୍ଚାୟତର ଆଦିବାସୀ ବହୁଳ ମଧୁବନ ଗାଁରେ ପ୍ରାଥମିକ ବିଦ୍ୟାଳୟଟିଏ ଥିବାବେଳେ ୬ଷ୍ଠ ଓ ସପ୍ତମ ଶ୍ରେଣୀ ପଢ଼ିବାପାଇଁ ୪କିଲୋମିଟର ଦୁର ହଦଗଡକୁ ଯାଇଥାନ୍ତି । ତେଣୁ ଅଧିକାଶଂ ଛାତ୍ରଛାତ୍ରୀ ପଞ୍ଚମ ଶିକ୍ଷାଲାଭ ପରେ ଆଉ ପାଠ ପଢ଼ନ୍ତି ନାହିଁ । ଏହାକୁନେଇ କିଛି ଗ୍ରାମବାସୀ, ଶିକ୍ଷାବିତ ଓ ବୁଦ୍ଧିଜିବୀଙ୍କ ଉଦ୍ୟମରେ ୧୯୮୯ ମସିହାରେ ଅର୍ଥାତ ୩୩ବର୍ଷ ପୁର୍ବେ ଏଠାରେ ସ୍ଥାପନ କରାଯାଇଥିଲା ମା କୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଏହି ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ନିଯୁକ୍ତି କରାଯାଇ ଶିକ୍ଷାଦାନର ବ୍ୟବସ୍ଥା କରାଯାଇଥିଲା । ସବୁଠୁ ଗୁରୁତ୍ୱପୁର୍ଣ୍ଣ କଥା ଯେ ୫ମ ଶ୍ରେଣୀ ପରେ ପାଠ ପଢ଼ୁନଥିବା ପିଲାମାନେ ଶିକ୍ଷାପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ବିଦ୍ୟାଳୟ ସ୍ଥାପନ ହେବା ଦିନଠାରୁ ପ୍ରତିବର୍ଷ ଦୁଇଟିଯାକ ଶ୍ରେଣୀରେ ୬୦ରୁ ୭୦ ଲେଖାଏଁ ଛାତ୍ରଛାତ୍ରୀ ଅଧ୍ୟୟନ କରିଆସୁଛନ୍ତି । ପରବର୍ତ୍ତୀ ସମୟରେ ଏଠାରେ ନିଯୁକ୍ତ ଥିବା ଶିକ୍ଷକ ମାନଙ୍କୁ ସରକାରଙ୍କ ପକ୍ଷରୁ ବେତନର ବ୍ୟବସ୍ଥା ମଧ୍ୟ କରାଗଲା । ଏପରିକି ସରକାରଙ୍କ ପକ୍ଷରୁ ଶ୍ରେଣୀଗୃହ, ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ, ପୋଷାକ ମଧ୍ୟ ଯୋଗାଇ ଦିଆଗଲା । କିନ୍ତୁ ଗତ ୨୦୦୧ ମସିହାରେ ଏହି ବିଦ୍ୟାଳୟର ଦୁଇଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ଶିକ୍ଷକ ମୃତ୍ୟୁବରଣ କରିବାପରେ ସରକାରଙ୍କ ପକ୍ଷରୁ ଆଡେଡ ସ୍କୁଲ ବୋଲି କହି ଶିକ୍ଷକ ନିଯୁକ୍ତି ଦିଆଗଲା ନାହିଁ । ଫଳରେ ଜଣେ ମାତ୍ର ଶିକ୍ଷକ ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବର୍ଷେ ନୁହଁ କି ଦୁଇବର୍ଷ ନୁହଁ ୨୦ବର୍ଷ ଧରି ଶିକ୍ଷାଦାନ କଲେ । କିନ୍ତୁ ଗତ ଡିସେମ୍ବର ୩୧ତାରିକ ଦିନ ସେହି ବିଦ୍ୟାଳୟରେ ନିଯୁକ୍ତି ଥିବା ଜଣେ ମାତ୍ର ଶିକ୍ଷକ ଚାକିରୀରୁ ଅବସର ନେଇଗଲେ । ଫଳରେ ଏବେ ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ୬୦ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଛି । ଏବେ ସେମାନଙ୍କୁ କିଏ ଶିକ୍ଷାଦାନ କରିବ ସେନେଇ ଛାତ୍ରଛାତ୍ରୀମାନେ ଚିନ୍ତାରେ ପଡିଥିବାବେଳେ ଅଭିଭାବକମାନେ ସରକାରଙ୍କ ଏପରି ଦିଶାହୀନ ନିଷ୍ପତିକୁ ନାପସନ୍ଦ କରିଛନ୍ତି । ତୁରନ୍ତ ଏହି ବିଦ୍ୟାଳୟରେ ନୁତନ ଶିକ୍ଷକ ନିଯୁକ୍ତି ଦିଆଯାଇ ପୁର୍ବଭଳି ସ୍କୁଲଟିକୁ ଚଳାଇବାକୁ ସ୍କୁଲ କମିଟି ସଭାପତି ନରେନ୍ଦ୍ର ନାଏକ, ସଦସ୍ୟ ଗଣନାଥ ନାୟକ, ହେମଲତା ନାୟକ, ଗୀତାଞ୍ଜଳୀ ନାୟକ, ବୃନ୍ଦାବନ ମୁଣ୍ଡିଆଳି, ମୁକୁନ୍ଦ ସୋରେନ, ଆର୍ତ୍ତବନ୍ଧୁ ନାଏକ, ଅର୍ଜୁନ ହାଁସଦା, ମାସଙ୍ଗ ହାସଦା ପ୍ରମୁଖ ଅଭିଭାବକ ମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଏବିଇଓ ଧନେଶ୍ୱର ଖଣ୍ଡେଇଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସରକାରଙ୍କ ପକ୍ଷରୁ ଏହପରି ସ୍କୁଲ ଗୁଡିକରେ ଶିକ୍ଷକ ନିଯୁକ୍ତି ଉପରେ କୌଣସି ବିଧି ବ୍ୟବସ୍ଥା ନାହିଁ । ପାଖରେ ଏକ ପ୍ରାଥମିକ ବିଦ୍ୟାଳୟ ଥିବାରୁ ତହା ସହିତ ମିଶ୍ରଣ କରାଯାଇ ଅଧିକ ଶିକ୍ଷକ ନିଯୁକ୍ତି ହୋଇ ପାରିଲେ ଛାତ୍ରଚାତ୍ରୀ ମାନେ ପୁର୍ବଭଳି ଶିକ୍ଷାଲାଭ କରିପାରିବେ ବୋଲି କହିଛନ୍ତି । ପୁର୍ବରୁ ମଧ୍ୟ ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତର ଆତୁରିକୋଣା ସ୍କୁଲ ବନ୍ଦ ହୋଇଯାଇଥିବାବେଳେ ଆଉ ୨/୩ମାସ ଭିତରେ ଆହୁରି କିଛି ସ୍କୁଳ ବନ୍ଦ ହେବାକୁ ଯାଉଛି । ତେଣୁ ସରକାର ଏହି ସ୍କୁଲ ଗୁଡିକ ପ୍ରତି ସୁବିଚାର କରି ଶିକ୍ଷକ ନିଯୁକ୍ତି କରାଇବାକୁ ବୁଦ୍ଧିଜବୀ ମହଲରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ