ଶିକ୍ଷାବିଭାଗ ପକ୍ଷରୁ ସମୀକ୍ଷା ବୈଠକ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ଶିକ୍ଷା ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଡ଼ିଓ ଡ଼.ଚିତ୍ତରଞ୍ଜନ ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ ଯୋଗଦେଇ ବିଦ୍ୟାଳୟ ମାନଙ୍କରେ ଛାତ୍ରୀ ଛାତ୍ର ମାନଙ୍କୁ ପୋଷାକ ବଣ୍ଟନ,ଜାତୀୟ ବିଜ୍ଞାନ ଦିବସ,ମାତୃଭାଷା ଦିବସ ଏବଂ ନିପୁଣ ଓଡ଼ିଶା ମେଳା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ବୈଠକରେ ବ୍ଲକ ସହ ଗୋଷ୍ଠୀଶିକ୍ଷାଧିକାରୀ ବିଶ୍ରବା ପାଇକ,ରସାନନ୍ଦ ଘଡେଇ, ୧୬ ଟି କ୍ଲଷ୍ଟର ର ସମସ୍ତ ସିଆରସିସି ଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ପ୍ରଧାନଶିକ୍ଷକ ବୃନ୍ଦ ଯୋଗଦେଇ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।