ଶିକ୍ଷାବୀତ ଗୋବର୍ଦ୍ଧନ ରାଉତଙ୍କ ସ୍ମୃତିସଭା

କେନ୍ଦ୍ରାପଡା,( ଯୁଗାବ୍ଦ ନ୍ୟୁଜ୍) : ବାଲିଆ ସରକାରୀ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ତଥା ବିଶିଷ୍ଟ ଶିକ୍ଷାବୀତ ଗୋବର୍ଦ୍ଧନ ରାଉତଙ୍କ ଦ୍ୱାଦଶାହ ଅବସରରେ ସ୍ଥାନୀୟ କେନ୍ଦ୍ରାପଡା ପବ୍ଲିକ ସ୍କୁଲ ପରିସରରେ ସୋମବାର ଅପରାହ୍ନରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀମଦ ଭାଗବତ ଗୀତା ପାଠ କରାଯିବାପରେ ସୁଦର୍ଶନ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ପଣ୍ଡିତ ହୃଷିକେଶ ରଥ, ଡା.ବିଶ୍ୱ ପ୍ରକାଶ କାନୁନଗୋ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ନରୋତ୍ତମ ପରିଡା, ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ, ପୁରୁଷୋତ୍ତମ ସ୍ୱାଇଁ, ଜ୍ୱାଇଁ ତଥା ପ୍ରଧ୍ୟାପକ ଅଜୟ କୁମାର ରାଉତ, ଆଇନଜୀବି ପ୍ରଦୀପ କୁମାର ଦାଶ, ରାଜେଶ ପଣ୍ଡା, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଜଗଦିଶ ପ୍ରସାଦ ସାହୁ, ପତ୍ନୀ ରେବତୀ ନାୟକ, ଜ୍ୱାଇଁ ଶରତ ଚନ୍ଦ୍ର ପାତ୍ର, ପୁତ୍ର ଇଂ ବିଭୁତି ଭୂଷଣ ନାୟକ ଓ ଇଂ ଅସୀତ କୁମାର ନାୟକ, ଝିଅ ସ୍ୱର୍ଣ୍ଣମଞ୍ଜରୀ ନାୟକ, ସୁକାନ୍ତୀ ନାୟକ, ସ୍ମୃତିରେଖା ସ୍ୱାଇଁ, ଅନାମିକା ନାୟକ, ଆୟୁଷ୍ମାନ, ମୋହିତ ଅର୍ପିତ, ସ୍ମରଣିକା, କାହ୍ନା, ଆନି, ଇଲି, ସାଇ ଅମ୍ଳାନ, ଡଃ.ସ୍ମୃତିରଞ୍ଜନ ବେହେରା, ବିଜୟ କୁମାର ନାୟକ, ଅଜୟ କୁମାର ବେବର୍ତ୍ତା ପ୍ରମୁଖ ଯୋଗଦେଇ ସୂର୍ଗତ ନାୟକଙ୍କ ଅମ୍ଳାନ ସ୍ମୃତିଚାରଣ କରିବା ସହିତ ସେହି ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ବିଶିଷ୍ଟ ଶିକ୍ଷାବୀତ ସୂର୍ଗତ ନାୟକଙ୍କ ସ୍ମୃତିରେ “ସ୍ମୃତିଅର୍ଘ୍ୟ”ନାମକ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ