ଶିକ୍ଷାର ମାନବୃଦ୍ଧି ପାଇଁ ସଂକଳ୍ପ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଘଟିଥିଲା ବେଳେ ରାଜ୍ୟରେ ଘରୋଇ ବିଦ୍ୟାଳୟ ମାଲିକମାନଙ୍କୁ ସଂଗଠିତ କରି ଏକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ଫେଡେରେସନ ଅଫ୍ ପ୍ରାଇଭେଟ୍ ସ୍କୁଲସ, ଓଡ଼ିଶା (ଫେପ୍ସୋ) ଗଠିତ ହୋଇଛି । ଏଥିରେ ବରିଷ୍ଠ ଶିକ୍ଷାବିତ୍ ଚନ୍ଦ୍ରଶେଖର ପତି ସେଟଲର, କେଶବ ଚନ୍ଦ୍ର ଶତପଥୀ ମୁଖ୍ୟ ଉପଦେଷ୍ଟା ରହିଥିଲା ବେଳେ ଅଧ୍ୟକ୍ଷ ରହିଛନ୍ତି ପ୍ରତାପ କୁମାର ଜେନା । ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ପତି ଉପାଧ୍ୟକ୍ଷ, ସମ୍ପାଦକ ଓ ପରିଚାଳନା ଟ୍ରଷ୍ଟି ଭାବେ ସତ୍ୟବ୍ରତ ମୀନକେତନଙ୍କୁ ମନୋନୀତ କରାଯାଇଛି । ସଂଗଠନର ଯୁଗ୍ମ ସମ୍ପାଦକ ଭାବେ ପବିତ୍ର ରାଉତରାୟ, ପଲ୍ଲୀ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିଲା ବେଳେ କୋଷାଧ୍ୟକ୍ଷା ଭାବେ ସିକତା ଦାସଙ୍କୁ ମନୋନୀତ କରାଯାଇଛି । ଏହି ଅବସରରେ ଟ୍ରଷ୍ଟର ଯୁଗ୍ମ ସମ୍ପାଦକ ପବିତ୍ର ରାଉତରାୟ କହିଥିଲେ ଯେ, ମେଧାବୀ ଛାତ୍ରମାନଙ୍କୁ ବିନା ମୂଲ୍ୟରେ ଶିକ୍ଷାଦାନ ଏବଂ ଅଭିଭାବକଙ୍କ ମନରେ ଘରୋଇ ବିଦ୍ୟାଳୟ ପ୍ରତି ରହିଥିବା ଭୁଲ ମାନସିକତାରେ ପରିବର୍ତ୍ତନ ଆଣିବା ଦିଗରେ ଏହି ଟ୍ରଷ୍ଟ କାର୍ଯ୍ୟ କରିବ । ଓଡ଼ିଶାରେ ଶିକ୍ଷାର ମାନବୃଦ୍ଧି ସହିତ ସରକାରୀ ସହାୟତାରୁ ବଞ୍ôଚତ ଘରୋଇ ବିଦ୍ୟାଳୟ ଗୁଡିକୁ ଏକାଠି କରି ସେମାନଙ୍କର ସୁପରିଚାଳନା, ଶିକ୍ଷାର ମାନବୃଦ୍ଧି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସଂଗଠନର ଆଭିମୁଖ୍ୟ ବୋଲି ଜଣାପଡିଛି । ଫେପ୍ସୋ ଜରିଆରେ ଘରୋଇ ବିଦ୍ୟାଳୟ ଗୁଡିକ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ସହିତ ଆଗାମୀ ଦିନରେ ରାଜ୍ୟର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସ୍ତରରୁ ଉଚ୍ଚଶିକ୍ଷା ପାଇଁ ନିଜକୁ କିଭଳି ଭଲ ଭାବେ ପ୍ରସ୍ତୁତ କରିପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି କହିଛି ଫେଫ୍ସୋ ।