ଶିକ୍ଷା ପ୍ରଶାସନର ଶିକ୍ଷକ ମାରଣ ନିତି

ନାଉଗାଁ,:ନାଉଗାଁ ବ୍ଳକରେ ଦୀର୍ଘ ଦିନ ହେବ ଶିକ୍ଷାଧିକାରୀଙ୍କ ଶିକ୍ଷକ ମାରଣ ନିତି ଓ ଆକ୍ରୋଶମୂଳକ କାର‌୍ୟ୍ୟ ପାଇଁ ଅନେକ ଶିକ୍ଷକ, ଶିକ୍ଷୟତ୍ରୀ ନାହିଁ ନଥିବା ଅସୁବିଧାରେ ପଡୁଛନ୍ତି । ଯାହାଫଳରେ ବ୍ଳକର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ଲିଖିତ ଅଭିଯୋଗ କଲେ ବି ତାଙ୍କ କଥାକୁ କେହି କର୍ଣ୍ଣପାତ କରୁନାହାନ୍ତି । ଶିକ୍ଷା ବିଭାଗର ଏପରି ଶିକ୍ଷକ ମାରଣ ନିତୀ ପାଇଁ ବ୍ଳକର ସମସ୍ତ ବର୍ଗର ଶିକ୍ଷକ ଓ ଶିକ୍ଷୟତ୍ରୀ ସୋମବାର ୧୪ ଦଫା ସମ୍ବଳିତ ଏକ ଲିଖିତ ଦାବିପତ୍ର ବ୍ଳକ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଦାବି ଗୁଡିକ ପୁରଣ ନହେଲେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସମୁହ ଭାବେ ଆନ୍ଦୋଳନ କରିବା ସହ ଗଣ ଧାରଣା ଦେବେ ବୋଲି ଚେତାବନୀ ପ୍ରଦାନ କରିଛନ୍ତି ।
ଦାବି ଗୁଡିକ ମଧ୍ୟରେ ଗଣମାଧ୍ୟମରେ ପ୍ରକାଶିତ କିଛି ଖବରକୁ ଆଧାର କରି ଗୋପବନ୍ଧୁ ସ୍ମାରକୀ ନୋଡାଲ ବିଦ୍ୟାପୀଠ ତିରୁଣାର ଶିକ୍ଷକ ସୁଧିର କୁମାର ବିଶ୍ୱାଳଙ୍କୁ କାରଣ ଦର୍ଶାଅ ନୋଟିସ ବ୍ଲକ ଶିକ୍ଷାଧିକାରୀଙ୍କୁ କାର‌୍ୟ୍ୟାଳୟରୁ ପ୍ରଦାନ କରାଯାଇଥିଲା । ଏହି ନୋଟିସର ଜବାବ ରଖିବା ପାଇଁ ଶିକ୍ଷକ ବିଶ୍ୱାଳ ସମୟ ମାଗିଥିଲେ । ସମୟ ମୁତାବକ ଠିକ ସମୟରେ ଆବଶ୍ୟକୀୟ ଦସ୍ତାବିଜ ନେଇ ସେ ଆପଣଙ୍କ ନିକଟକୁ ଯାଇଥିଲେ । କିନ୍ତୁ ତାଙ୍କୁ ନିର୍ଦ୍ଦିଷ୍ଟ ଗଣମାଧ୍ୟମଙ୍କ ନାମରେ କେଶ କରିବା ପାଇଁ କୁହାଯାଇଥିଲା । ସେ ଏଥିରେ ଅକ୍ଷମତା ପ୍ରକାଶ କରିବାରୁ ତାଙ୍କର କୌଣସି କଥା ଶୁଣାଗଲା ନାହିଁ । ଏକତରଫା ଭାବେ ନିଷ୍ପତି ଗ୍ରହଣ କରାଯାଇ ଗତ ୨ ରେ ତାଙ୍କୁ କାର‌୍ୟ୍ୟରୁ ନିଲମ୍ବିତ କରାଗଲା । ଏପରିକି ଶିକ୍ଷକ ବିଶ୍ୱାଳଙ୍କ ଉପରେ ଏହି ପରି ଚାପ ପ୍ରୟୋଗ କରାଗଲା ଯେ ସେ ବ୍ଳକ ଶିକ୍ଷାଧିକାରିଙ୍କ କାର‌୍ୟ୍ୟାଳୟରେ ଚେତାଶୂନ୍ୟ ହୋଇ ପଡି ଯାଇଥିଲେ । ପାଖରେ ଥିବା ସହକର୍ମୀଙ୍କ ସହଯୋଗରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ ।
ସେହିପରି ଓଷକଣା ଉ.ପ୍ରା ବିଦ୍ୟାଳୟର ଶିକ୍ଷକ ରମାକାନ୍ତ ସ୍ୱାଇଁଙ୍କ ଛୁଟି ଅନୁମୋଦନ ଓ ଆନୁଆଲ ଇନକ୍ରିମେଂଟ ବାବଦକୁ ଆପଣଙ୍କ କାର‌୍ୟ୍ୟାଳୟ ପକ୍ଷରୁ ୨ ହଜାର ଟଙ୍କା ଦାବି କରାଯାଇଥିଲା । ଏ ବିଷୟରେ ସେ କାର‌୍ୟ୍ୟାଳୟରେ ଅଭିଯୋଗ କଲେ ମଧ୍ୟ ତାଙ୍କ ଅଭିଯୋଗକୁ ଶୁଣାଣି ନକରି ଅଦ୍ୟାବଧି ଉଦ୍ଦେଶ୍ୟମୂଳକ ଭାବେ ଇନକ୍ରିମେଟ ପ୍ରଦାନ ନ କରିବା,ବିନା କାରଣରେ ପ୍ରଶିକ୍ଷଣ ନେଇ ମଧ୍ୟ କେତେକ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମନଇଚ୍ଛା ଦରମା ବନ୍ଦ କରିବା ଆଦି ୧୪ ଦଫା ଲିଖିତ ଦାବି ପ୍ରଦାନ କରାଯାଇଛି । ଉକ୍ତ ଦାବି ଗୁଡିକ ଆସନ୍ତା ୨୮ ତାରିଖ ମଧ୍ୟରେ ସମାଧାନ କରାନଗଲେ ମେ ୨୯ରେ ବ୍ଳକ ଶିକ୍ଷା କାର‌୍ୟ୍ୟାଳୟ ସମ୍ମୁଖରେ ସମୁହ ଆନ୍ଦୋଳନ କରିବା ସହିତ ଗଣଧାରଣା ଦେବାକୁ ଚେତାବନୀ ପ୍ରଦାନ କରାଯାଇଛି । ଏହାର ଏକକିତା ନକଲ ଜଗତସିଂହପୁର ଜିଲ୍ଲା ଶିକ୍ଷାଧିକାରୀ,ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜ.ଜିଲ୍ଲାପାଳ ,ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଶାସନ ସଚିବ,ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ , ନାଉଗାଁ ଥାନାଧିକାରୀ,ଜିଲା ଓ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଓ ସଂପାଦକ ଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ରକୁ ନରେଶ ଚନ୍ଦ୍ର ସାହୁ, ସୁଧୀର କୁମାର ବିଶ୍ୱାଳ,ଅଶୋକ କୁମାର ଲେଙ୍କା,ଶାରଦା ପ୍ରସନ୍ନ ଓଝା,କମଳ ଲୋଚନ ନାୟକ ଆଦି ପ୍ରଦାନ କରିଛନ୍ତି । ଏବିଷୟରେ ବ୍ଳକ ଶିକ୍ଷାଧିକାରୀ ଗଣେଶ୍ୱର ସେଠୀଙ୍କୁ ପଚାରିବାରେ ଯେଉଁ ଦାବି ଗୁଡିକ ଉପରେ ଲିଖିତ ଅଭିଯୋଗ ଆସିଛି ସେହି ଦାବି ଗୁଡିକ ପାଇଁ ଆସନ୍ତା ୨୫ ତାରିଖରେ କାର‌୍ୟ୍ୟାଳୟରେ ଏକ ଅଭିଯୋଗ ପ୍ରକୋଷ୍ଠ ଖୋଲାଯିବ । ସେଥିରେ ଯାହାର ଯେଉଁ ଅଭିଯୋଗ ରହିଛି ସେଠାରେ ଦର୍ଶାଇବେ ଓ ସେହିଠାରେ ହିଁ ପ୍ରଦତ ଦାବି ଗୁଡିକୁ ସମାଧାନ କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ