ଶିକ୍ଷା ବିକାଶ ସମିତି ନିରୀକ୍ଷକଙ୍କ ଦ୍ଵାରା ବିଦ୍ୟାଳୟ ପରିଦର୍ଶନ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନୟାହାଟ ନିକଟସ୍ଥ ଯୋଗେଶ୍ବରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଦୁଇ ଦିନ ଧରି ପ୍ରବାସ ସମୟରେ ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ପ୍ରେରିତ ପୁରୀ ଜିଲ୍ଲା ନିରୀକ୍ଷକ ପ୍ରସନ୍ନ କୁମାର ମହାନ୍ତି ଙ୍କ ଦ୍ଵାରା ନିରୀକ୍ଷଣ କରାଯାଇଥିଲା। ଆଚାର୍ଯ୍ୟ ,ଆଚାର୍ଯ୍ୟା ଙ୍କର ଶିକ୍ଷାଦାନ,ବନ୍ଦନାପ୍ରାର୍ଥନା ବ୍ୟବସ୍ଥା ଇତ୍ୟାଦି କିପରି ଅଧିକ ରୁ ଅଧିକ ଉନ୍ନତି ଘଟିବ ସେ ସମ୍ପର୍କ ରେ ଶ୍ରୀ ମହାନ୍ତି ସମସ୍ତ ଙ୍କ ସହିତ ଆଲୋଚନା କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ସହିତ ଶିଶୁମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ପ୍ରଦ୍ଯୁମ୍ନ କୁମାର ନାୟକ, ପ୍ରାତଃ ପର୍ଯ୍ଯାୟ ପ୍ରମୁଖ ପ୍ରଭାତ କୁମାର ବେହେରା, ଦିବା ପର୍ଯ୍ୟାୟ ,କାର୍ତ୍ତିକ ଚନ୍ଦ୍ର ଓଝା ଙ୍କ ଉପସ୍ଥିତି ରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ସହିତ ଭିନ୍ନ ଭିନ୍ନ ବୈଠକ କରି ଶିଶୁର ଗୁଣାତ୍ମକ ଓ ସର୍ବାଙ୍ଗୀନ ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ।


