ଶିକ୍ଷା ବିକାଶ ସମିତି ର ଦୁଇ ଦିନିଆ ଆଲୋଚନା ଚକ୍ର
ପାରଳାଖେମୁଣ୍ଡି (ଯୁଗବ୍ଦ ନ୍ୟୁଜ )-ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିକ୍ଷା ବିକାଶ ସମିତି,ଓଡିଶା ପକ୍ଷରୁ ୧୯ ଓ ୨୦ ତାରିଖରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପରିଚାଳିତ ଶିଶୁ ମନ୍ଦିର ମାନଙ୍କର ପ୍ରଧାନ ଆଚାର୍ଯ୍ୟ ମାନଙ୍କର ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଟି ମହନ୍ତ ରାମାନନ୍ଦ ଦାଶଙ୍କ ଦ୍ୱାରା ଉଦ୍ ଘାଟିତ ହୋଇଥିଲା । ବିନୋଦ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏଇ ବୈଠକ ରେ ଅନାଦି ପାଣିଗ୍ରାହୀ,ଡ.ଶଙ୍କର ବକ୍ସି, ଜନ୍ମେଜୟ ସାହୁ କୁମୁଦ ରଂଜନ ଦାଶ୍,ଶ୍ରୀମତୀ ସୁଷମା ଦାଶ, ସୁରେଶ କୁମାର ସାହୁକାର, କୈଳାଶ ମୋହନ ପାଠୀ ଇତ୍ୟାଦି ଅତିଥି ରୂପେ ଉପସ୍ଥିତ ଥିଲେ । ଏଇ ବୈଠକରେ ମୋଟ ୪୦ ଜଣ ପ୍ରଧାନ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।ଦ୍ୱିତୀୟ ଦିବସରେ ପାରଳା ବିଧାୟକ କେ. ନାରାୟଣ ରାଓ ଯୋଗ ଦେଇ ଶିଶୁ ମନ୍ଦିର ଶିକ୍ଷା ବ୍ୟବସ୍ଥାର ଭୟସୀ ପ୍ରଶଂସା କରିଥିଲେ.ଶିକ୍ଷା ବିକାଶ ସମିତି ପକ୍ଷରୁ ଶ୍ରୀ ପ୍ରକାଶ ଚନ୍ଦ୍ର ତ୍ରପାଠୀ, ସରୋଜ ପଟ୍ଟନାୟକ , ନାରାୟଣ ପାଣିଗ୍ରାହୀ ଓ ସଂଗ୍ରାମ ମହାନ୍ତି ବୈଠକ ପରିଚାଳନା କରିଥିଲେ.ସଂପାଦକ ରମେଶ ଚନ୍ଦ୍ର ସାହୁକାର ଓ ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଙ୍କ ସଂଯୋଜନାରେ ଓ ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ ବୈଠକ ସମ୍ପନ୍ନ ହୋଇଥିଲା ।