ଶିକ୍ଷା ବିଭାଗର ସମୀକ୍ଷା କଲେ ଗଂଜାମ ଜିଲ୍ଲାପାଳ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ସ୍ଥିତ ଡିପିସି ସମ୍ମିଳନୀ କକ୍ଷରେ ଶିକ୍ଷା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତା କରିଥିଲେ। ଗୁଣାତ୍ମକ୍ତ ଶିକ୍ଷା ଉପରେ ଜିଲ୍ଲାପାଳ ଅଧିକ ଗୁରୁତ୍ୱ ଦେଇଥିଲେ। ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ଶିକ୍ଷକଙ୍କଠୁ ଆରମ୍ଭ କରି ସିଆର୍‌ସିସି ଓ ବିଇଓ ମାନେ ଦାୟିତ୍ୱବାନ ହେବାକୁ ପଡିବ । ବିଇଓମାନେ ନିଜ ନିଜ ଅଞ୍ଚଳର ସବୁ ବିଦ୍ୟାଳୟକୁ ପରିଦର୍ଶନ କରିବେ । ବିଦ୍ୟାଳୟର ମୁଖ୍ୟତଃ ମଧ୍ୟାହ୍ନ ଭୋଜନ ଯାଂଚ ସହ କୈାଣସି ପିଲା ଯେପରି ସ୍କୁଲ ବାରଣ୍ଡାରେ ବସିନଥିବେ କି ବାହାରେ ବୁଲୁନଥିବେ। ଏହାସହ ବିଇଓ ଏକ ଟିମ ଗଠନ କରି ଏହି ସବୁ ଯାଂଚ କରିବାକୁ ଜିଲ୍ଲାପାଳ ବୈଠକରେ କହିଥିଲେ। ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କୁ କିଭଳି ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପାଠପଢ଼ାଉଛନ୍ତି ତାହା ଉପରେ ଅନୁଧ୍ୟାନ କରିବାକୁ ହେବ । ୟୁଡାଇସ୍ ମାଧ୍ୟମରେ ପ୍ରତ୍ୟେକ ପିଲାମାନଙ୍କୁ ନାମ ପଦୋନ୍ନିତ କରିବାକୁ କୁହାଯାଇଛି । ଏହାସହ ଜିଲ୍ଲାରେ ଯେପରି ଡ୍ରପ ଆଉଟ ସଂଖ୍ୟା କମିବ ସେଥିପ୍ରତି ପ୍ରତ୍ୟେକ ବିଇଓ ଏହାକୁ ଗୁରୁତର ସହ ନେଇ କାମ କରିବାକୁ ପଡିବ। ନିଜ ଅଚଂଳର ସିଆରସିସି ମାନେ ଡ୍ରପ ଆଉଟ ପିଲାଙ୍କୁ ଚିହ୍ନଟ କରି ନିକଟସ୍ଥ ସ୍କୁଲରେ ଆଡମିସନର ବ୍ୟବସ୍ଥା କରିବାକୁ କୁହାଯାଇଛି। ବୈଠକରେ ସହିଦ ମାଧୋ ସିଂ ଶିକ୍ଷାବୃତି ଉପରେ ଆଲୋଚନ ହୋଇଥିଲା। ଜିଲାର ଅନୁସୂଚିତ ଜନଜାତିର ସମ୍ପ୍ରଦାୟର ୯ମ ଶ୍ରେଣୀ ଓ ଯୁକ୍ତ-୨ ପ୍ରଥମ ବର୍ଷ ବିଦ୍ୟାର୍ଥୀ ମାନେ ସହିଦ ମାଧୋ ସିଂ ଶିକ୍ଷାବୃତି ଯୋଜାନରେ ୫ହଜାର ଟଙ୍କା ପାଇବେ। ଏହା ପାଇବା ପାଇଁ ପ୍ରଧାନଶିକ୍ଷକ ମାନେ ନିଜ ସ୍କୁଲର ଅନୁସୂଚିତ ଜନଜାତିର ସମ୍ପ୍ରଦାୟର ୯ମ ଶ୍ରେଣୀ ଓ ଯୁକ୍ତ-୨ ପ୍ରଥମ ବର୍ଷର ବିଦ୍ୟାର୍ଥୀ ମାନଙ୍କ ନାମ ସ୍କଲାରସିପ ପୋର୍ଟାଲ ରେ ଅନଲାଇନରେ ଆବେଦନ କରିବେ। ଏହି ସ୍କଲାରସିପ ଅନୁସୂଚିତ ଜନଜାତିର ସମ୍ପ୍ରଦାୟର ବିଦ୍ୟାର୍ଥୀଙ୍କ ଡ୍ରପଆଉଟ ହାରକୁ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହି ଅନଲାଇନ ଆବେଦନ ନଭେମ୍ବର ୫ ସୁଦ୍ଧା ସାରିବାକୁ କୁହାଯାଇଛି। ପ୍ରତ୍ୟେକ ଛାତ୍ର/ଛାତ୍ରୀଙ୍କ ଆଧାର କାଡ ଆପାର ସପ୍ଟୱେର ସହ ଲିଙ୍କ ରହିବା ଆବଶ୍ୟକ। ଏହା ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କର ଏକାଡେମିକ ସଫଳତା ସଂଗ୍ରହ ଏବଂ ସଂରକ୍ଷଣ କରିବାକୁ ସଶକ୍ତ କରିବା ସହ ପରବର୍ତୀ ଶିକ୍ଷା ପାଇଁ ଅନୁଷ୍ଠାନଗୁଡିକ ମଧ୍ୟରେ ନିରନ୍ତର ସ୍ଥାନନ୍ତରଣକୁ ସୁଗମ କରିଥାଏ। ଏହି ବୈଠକରେ ଜିଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଚିତରଞ୍ଜନ ପାଣ୍ଡେ, ରାଜେଶ ପ୍ରଧାନ, ଖଲ୍ଲିକୋଟ ଡାଇଏଟ୍ ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡା, ସମଗ୍ର ଶିକ୍ଷା ଅଭିଯାନର ବରିଷ୍ଠ ବୈଷୟିକ ପରାମର୍ଶଦାତା ମନୋଜ କୁମାର ବେହେରା , ଜିଲା ଯୋଜନା ସଂଯୋଜିକା ସାବିତ୍ରୀବାଳା ଦାଶ, ପ୍ରଦୀପ ଖଟେଇ ଙ୍କ ସମେତ ସମସ୍ତ ବିଇଓଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ