ଶିକ୍ଷା ବିଭାଗ ପକ୍ଷରୁ ଆସିକାରେ ଅବସରକାଳୀନ ସମ୍ବର୍ଦ୍ଧନା

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାଲିସିରା କ୍ଳଷ୍ଟରର ସାପୁଆପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶଙ୍କର ପ୍ରସାଦ ସ୍ୱାଇଁ ଓ ନିମିନା କ୍ଳଷ୍ଟରର କେଶପୁର ସ୍ଥିତ ଯୁବପ୍ରାଣ ନିର୍ମାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପି.ସାଇବ ପାତ୍ର ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିସାରିଛନ୍ତି । ଏହି ଅବସରରେ ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଏକ ଅବସରକଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଯାଇଛି । ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗୀରଥି ପାତ୍ର ଓ ବିଭୁନନ୍ଦନ ପଣ୍ଡା ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶଙ୍କର ପ୍ରସାଦ ସ୍ୱାଇଁ ଓ ପି.ସାଇବ ପାତ୍ର ଯେଉଁଭଳି ଭାବେ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ଲାଗି ନିରବିଚ୍ଛିନ୍ନ ତ୍ୟାଗ, କର୍ତ୍ତବ୍ୟ ପରାୟଣତା, ସମୟାନୁବର୍ତ୍ତିତା, ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ବାତ୍ସଲ୍ୟ ମନୋଭାବ, ନିଷ୍ଠାପର କାର୍ଯ୍ୟଦକ୍ଷତା, ସେବା, ପରୋପକାର ଗୁଣ ଏକ ମାଇଲଖୁଣ୍ଟ ସଦୃଶ ବୋଲି ପ୍ରକାଶ କରିବା ସହ ସେମାନେ ଶିକ୍ଷକମାନଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ ବୋଲି ପ୍ରକାଶ କରିବା ସହ ତାଙ୍କର ବହୁମୁଖୀ କାର୍ଯ୍ୟଦକ୍ଷତା ଶୈଳୀ ଉପରେ ସ୍ମୃତିଚାରଣ କରି ସୁଖମୟ, ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ଜୀବନ କାମନା କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶଙ୍କର ପ୍ରସାଦ ସ୍ୱାଇଁ ଓ ପି.ସାଇବ ପାତ୍ରଙ୍କୁ ଶିକ୍ଷାବିଭାଗ ପକ୍ଷରୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ପ୍ରୋଭିଜିନାଲ୍ ପେନ୍‌ସନ୍ ସଂକ୍ରାନ୍ତୀୟ କାଗଜପତ୍ର ପ୍ରଦାନ କରାଯାଇଥିଲା । ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଟିତ ହୋଇଥିବା ଏହି ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷା ବିଭାଗର କର୍ମଚାରୀ କେ.ଶ୍ରୀନିବାସ ରାଓ, ଅନିଲ୍‍ କୁମାର ଜେନା, ଚିନ୍ମୟ ପ୍ରଧାନ, ଆଶୁତୋଷ ମହାନ୍ତି, ମନୋଜ କୁମାର ବେହେରା, ମନୋଜ କୁମାର ବିଶ୍ୱାଳ, ସୋମନାଥ ପ୍ରଧାନ, ସନ୍ତୋଷ ପଟ୍ଟନାୟକ, ଭାଗ୍ୟଲତା ଲେଙ୍କା, ହେମନ୍ତ ନନ୍ଦ, ମନ୍ଦାକିନୀ ରଥ, ଅମୂଲ୍ୟ କୁମାର ଦାଶ, ହେମନ୍ତ ରଥ, ସୌଭାଗ୍ୟବତୀ ଦେବୀଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ