ଶିକ୍ଷା ବ୍ୟବସ୍ଥା ର ବିକଳ ଚିତ୍ର 

ନିମାପଡ଼ା, (ସନ୍ତୋଷ ଦାଶ) ରାଜ୍ୟ ସରକାର ଶିକ୍ଷା ବିଭାଗ କୁ ୫ଟି ରେ ଅନ୍ତର୍ଭୁକ୍ତ କରିଛନ୍ତି।ସ୍ମାର୍ଟ ଶ୍ରେଣୀ ଗୃହ, ସ୍ମାର୍ଟ ବିଦ୍ୟାଳୟ ନିର୍ମାଣ ରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ତେବେ ଗ୍ରାମାଞ୍ଚଳ ରେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ। ୫ଟି ରେ ଅନ୍ତର୍ଭୁକ୍ତ ଶିକ୍ଷା ବ୍ୟବସ୍ଥା ର ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକ ବନାଖଣ୍ଡି ଗ୍ରାମ ରେ । ଏହି ଗ୍ରାମ ଟି ଖୋଦ ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ନିଜ ନିର୍ବାଚନ ମଣ୍ଡଳୀ ରେ । ଏହି ଗ୍ରାମ ର ବନାଖଣ୍ଡି ପ୍ରାଥମିକ ବିଦ୍ୟାଳୟ ରେ ରହିଛି ୫ଟି ଶ୍ରେଣୀ । କିନ୍ତୁ ବିଦ୍ୟାଳୟ ରେ ଅଛନ୍ତି ଜଣେ ମାତ୍ର ଶିକ୍ଷକ। ଶିକ୍ଷକ ମହାଶୟ କଣ କରିବେ । ୫ଟି ଶ୍ରେଣୀ ର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ବାଧ୍ୟ ହୋଇ ଗୋଟିଏ ଗୃହ ରେ ବସାଇ ପାଠ ପଢ଼ାଉଛନ୍ତି । ଏହି ବିଦ୍ୟାଳୟ ରେ ୫ଟି ଶ୍ରେଣୀ ରେ ସମୁଦାୟ ୩୦ ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । ଶିକ୍ଷକ ଜଣକ ଏକୁଟିଆ ସବୁ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ସହ ମଧ୍ୟ।ର୍ଣ୍ଣ ଭୋଜନ କାର୍ଯ୍ୟ ର ବି ତଦାରଖ କରୁଛନ୍ତି । ବିଦ୍ୟାଳୟ ଚତୁଃପାଶ୍ୱ ରେ ପ୍ରାଚୀର ନ ଥିବା ବେଳେ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପାନୀୟ ଜଳ ଓ ଶୌଚାଳୟ ର ବ୍ୟବସ୍ଥା ନାହିଁ । ଫଳରେ ଛାତ୍ର ଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାଜ୍ୟ ସରକାର ଗୁଣାତ୍ମକ ମାନର ଶିକ୍ଷା ବ୍ୟବସ୍ଥା ପ୍ରଣୟନ କରୁଥିବା ପ୍ରଚାର କରି ଛାତ୍ର ଛାତ୍ରୀ ମାନଙ୍କୁ ସରକାରୀ ବିଦ୍ୟାଳୟ ରେ ପାଠ ପଢିବାକୁ ଉତ୍ସ।ହିତ କରୁଥିବା କହୁଛନ୍ତି । କିନ୍ତୁ ଏହି ବିଦ୍ୟାଳୟ କୁ ଦେଖିଲେ ସରକାର ଙ୍କ ଘୋଷଣା ଯେ ପ୍ରଚାର ସର୍ବସ୍ୱ ଏହା ଜଣା ପଡ଼ିଯାଉଛି । ଖୋଦ ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ଙ୍କ ନିଜ ନିର୍ବାଚନ ମଣ୍ଡଳୀ ରେ ପ୍ରାଥମିକ ବିଦ୍ୟାଳୟ ର ଅବସ୍ଥା ଯଦି ଏପରି ତେବେ ଅନ୍ନୁନ୍ନତ ଅଞ୍ଚଳ ରେ ପ୍ରାଥମିକ ଶିକ୍ଷା କିପରି ଚାଲୁଥିବ ତାହା ଅନୁମେୟ।ପୁରୀ ଜିଲ୍ଲାପାଳ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ଉକ୍ତ ବିଦ୍ୟାଳୟ କୁ ଆବଶ୍ୟକୀୟ ଶିକ୍ଷକ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ