ଶିକ୍ଷା ସଚେତନତା ଓ ମୋ ସ୍କୁଲର ପ୍ରଚାର ନିମନ୍ତେ ସାଇକେଲ ଶୋଭାଯାତ୍ରା 

ଶେରଗଡ଼, (ବିଭୁ ପ୍ରସାଦ ଦାସ) :-ଗୋଷ୍ଟି ଶିକ୍ଷା କାର୍ଯ୍ୟାଳୟ ଶେରଗଡ଼ ତରଫରୁ ନିୟମିତ ବିଦ୍ୟାଳୟ ଯିବା ତଥା ମୋ ସ୍କୁଲ ମୋ ସ୍କୁଲ ଅଭିଯାନ ସମ୍ବନ୍ଧୀୟ ପ୍ରଚାର ପ୍ରସାର ନିମନ୍ତେ ଗୋଷ୍ଟି ଶିକ୍ଷାଧିକାରୀ ଭାସ୍କର ଲେଙ୍କାଙ୍କ ନେତୃତ୍ବରେ ଆଜି ସାଇକେଲ ଶୋଭାଯାତ୍ରାକୁ ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ ସ୍ଥାନୀୟ ମିନିଷ୍ଟାଡିୟମ୍ ଠାରୁ ଉଦ୍ଘାଟନ କରିଛନ୍ତି । ଶେରଗଡ଼ ବ୍ଲକର ୫୦ ଜଣ ଶିକ୍ଷକ , ସିଆରସିସି ବିଭିନ୍ନ ସ୍ଲୋଗାନ ସହିତ ପ୍ଲାକାର୍ଡ ଦ୍ଵାରା ଶିକ୍ଷାର ମହତ୍ତ୍ଵ ତଥା ନିୟମିତ ବିଦ୍ୟାଳୟ ଆସିବା ନିମନ୍ତେ ଛାତ୍ରଛାତ୍ରୀ ଓ ଅଭିବାବକ ମଧ୍ୟରେ ସଚେତନତା ବାର୍ତ୍ତା ବଣ୍ଟନ କରିଥିଲେ । ଶୃଙ୍ଖଳିତ ଭାବରେ ସାଇକେଲ ଶୋଭାଯାତ୍ରା ମିନିଷ୍ଟାଡିୟମ ରୁ ବାହାରି ଶେରଗଡ଼ ବଜାର ସମେତ ତାକରଡ଼ା , ଚିକିଲି , ସାଗରପଲ୍ଲି ଓ ଭୁସୁଣ୍ଡା ଗ୍ରାମ ପରିଭ୍ରମଣ କରି ସ୍ଥାନୀୟ ଡାକବଙ୍ଗଲା ଠାରେ ସମାପ୍ତି କରିଥିଲେ । ପ୍ରଚାର ପାତ୍ର ବଣ୍ଟନ , ବିଦ୍ୟାଳୟ ଆସୁନଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନର ମହତ୍ତ୍ଵ ଯଥାର୍ଥତା ଲୋକମାନଙ୍କୁ ବୁଝାଇଥିଲେ । ନବଦିବସୀୟ ରଥଯାତ୍ରାର ଭିଡ଼କୁ ଦୃଷ୍ଟିରେ ରଖି ଶେରଗଡ଼ ଚାରିଛକ ଠାରେ ବାଲ୍ୟ ବିବାହ ନିରୋଧ, ଶିଶୁ ଶ୍ରମିକ ପ୍ରଥା , ପରିବେଶ ସୁରକ୍ଷା ଏବଂ ସରକାରୀ ବିଦ୍ୟାଳୟର ଉପଲବ୍ଧ ସୁବିଧା ସୁଯୋଗ ସମ୍ବଳିତ ବ୍ୟାନର ଦ୍ଵାରା ସଜ୍ଜିତ ଷ୍ଟଲ୍ ମଧ୍ୟ ରଖାଯାଇଛି । ଶେରଗଡ଼ ବ୍ଲକର ସରକାରୀ ଗୋଷ୍ଟି ଶିକ୍ଷାଧିକାରୀ ସୌରିଶଙ୍କର ବେହେରା ଏହି ଶୋଭାଯାତ୍ରା ଓ ଷ୍ଟଲର ସୁପରିଚାଳନା ନିମନ୍ତେ ସମସ୍ତ ବ୍ୟବସ୍ଥା କରିଥିଲେ । ଆସ୍କା ସ୍ଥିତ ଏଚଡିଏଫସି ବ୍ୟାଙ୍କ୍ ଏବଂ ତାକରଡ଼ା ସରପଞ୍ଚ ରାଜେନ୍ଦ୍ର ସେଠୀ ଏହି ସାଇକେଲ ଶୋଭାଯାତ୍ରା ନିମନ୍ତେ ସହାୟତା କରିଥିଲେ । ସୁରେନ୍ଦ୍ର ଗୌଡ଼ ଓ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ପ୍ରଧାନ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ