ଶିକ୍ଷା ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ
(ଯୁଗାବ୍ଦ ନ୍ୟୁଜ)କିଟ ଓ କିସ ଭୁବନେଶ୍ୱର ଆନୁକୂଲ୍ୟରେ “ସମସ୍ତଙ୍କ ପାଇଁ ଶିକ୍ଷା “ସମ୍ୱନ୍ଧୀୟ ଏକ କର୍ମଶାଳା ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । କିଟ ର ବରିଷ୍ଠ ଗ୍ରନ୍ଥାଗାର ଅଧିକାରୀସମୀର କୁମାର ପାଣିଗ୍ରାହୀଙ୍କ ତତ୍ୱ।ବଧାନ ରେ ଅନୁଷ୍ଠିତ ଏହି କର୍ମଶାଳା କୁ ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଅଧିକାରୀ ପ୍ରଦୀପ କୁମାର ନାଗ, ସମାନିତ ଅତିଥି ଭାବେ ଏମଆରବିଏଚ ଉଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡକ୍ଟର ବୃଷକେତୁ ଦାଶ। ବକ୍ତା ଭାବେ ଡକ୍ଟର ଜିତେନ୍ଦ୍ରନାଥ ପଟ୍ଟନାୟକ, ଡକ୍ଟର ହରିହର ପଣ୍ଡା, ଡକ୍ଟର କଲ୍ୟାଣୀ ମିଶ୍ର, ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନ୍ନ। ,ଜିଲ୍ଲାବିଜ୍ଞାନ ନିରୀକ୍ଷକ ସାତ୍ମିକ ପଟ୍ଟନାୟକ ,ପ୍ରଭୁର୍ତି ଅଂଶଗ୍ରହଣ କରିଥିବାବେଳେ ବିଚିତ୍ରାନନ୍ଦ ବେବର୍ତ୍ତା ସଭାପତିତ୍ୱ କରିଥିଲେ। ଦୃଢ ଆତ୍ମ ବିଶ୍ୱାସ ଏବଂ କଠିନ ପରିଶ୍ରମ ହିଁ ସଫଳତା ମିଳିବ।ଶିକ୍ଷା କୁ ବୃତ୍ତି ନଭାବି ଶିକ୍ଷା ଏକ ବ୍ରତ ଭଳି ଗ୍ରହଣ କରିବା ଜରୁରୀ ବୋଲି ଉପସ୍ଥିତ ବୁଦ୍ଧିଜୀବୀ, ଶିକ୍ଷାବିତ, ନିମନ୍ତ୍ରିତ ଅତିଥି ମାନେ ଉଦ୍ବୋଧନ ଦେଇଥିଲେ। ଶେଷରେ ଇଂ ପ୍ରଦୀପ ଦୋରା ଧନ୍ୟବାଦ ଦେଇଥିଲେ।