ଶିକ୍ଷା, ସ୍ବାସ୍ଥ୍ୟ, ପୁଷ୍ଟି ର ବିକାଶ ହେବା ସହ ବାଳିକା ମାନଙ୍କର ନେତୃତ୍ବର ବିକାଶ

ର.ଉଦୟଗିରି, (ଦେବାଶିଷ କାର୍ଜି):ଶିକ୍ଷା, ସ୍ବାସ୍ଥ୍ୟ, ପୁଷ୍ଟି ର ବିକାଶ ହେବା ସହ ବାଳିକା ମାନଙ୍କର ନେତୃତ୍ବର ବିକାଶ ଦିଗରେ Living farms ଓ OLM ବିଭିନ୍ନ ପ୍ରକାର କାର୍ଯ୍ୟ କରି ଆସୁଛନ୍ତି। ଏଥିପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯକ୍ରମ ମଧ୍ୟ ଚାଲିଛି। ଏଥିରୁ ଅନୁପ୍ରାଣିତ ହୋଇ ପୁଅ ଝିଅ ମଧ୍ୟରେ ଦେଖା ଯାଉଥିବା ଭେଦଭାବ ଭଳି ଅନ୍ଧ ବିଶ୍ବାସ କୁ ଦୂର କରିବା ପାଇଁ ବାଳିକା ମାନେ ଆଗକୁ ଆଗେଇ ଆସିଛନ୍ତି। ସେମାନେ ଦର୍ଶେଇ ଦେବାକୁ ଚାହୁଁଛନ୍ତି କି ସେମାନେ କୋଉ ପୁଅ ଠୁ କମ୍ ନୁହଁନ୍ତି। ସେଥିପାଇଁ ୨ ଟି ଗ୍ରାମରେ ଥିବା କିଶୋରୀ ଦଳ ଏକ କବାଡି ଖେଳ ଆୟୋଜନ କରିବେ ବୋଲି ନିଷ୍ପତି ନେଇଥିଲେ।ଆଜି ଅବାରସିଂ ଗ୍ରାମ ପଞ୍ଚାୟତ ସ୍ଥିତ କେ.ଏମ.ଭଲିଆସହି ଓ ପଦମପୁର ଗ୍ରାମ ରେ କିଶୋରୀ ବାଳିକା ମାନେ ଆଗମନ ହେଇ ଏକ କବାଡ଼ି ମ୍ୟାଚ ଆୟୋଜନ କରିଥିଲେ। ଝାଂଶିରାଣୀ ଦଳ, କେ.ଏମ.ଭାଲିଆସହି ଓ 5 ଷ୍ଟାର ଦଳ, ପଦମପୁର ଏହି ମ୍ୟାଚ୍ କୁ ଅନୁଷ୍ଠିତ କରିଥିଲେ। ଏହି ମ୍ୟାଚ୍ ରେ ଝାଂଶିରାଣୀ ଦଳ ବିଜୟ ଲାଭ କରିଥିଲା।ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ, ଓଡ଼ିଶା ଜୀବିକା ମିଶନ ର ଭାରପ୍ରାପ୍ତ ଅଧିକାରୀ ରଜନୀକାନ୍ତ ପଣ୍ଡା , ବିନୟ ପ୍ରଧାନ (BTC) OLM, ଲିଭିଂ ଫାର୍ମସ୍ ର କର୍ମକର୍ତ୍ତା ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ