ଶିକ୍ଷୟତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ବଳାତ୍କାର ଉଦ୍ୟମ ଅଭିଯୋଗ

ହାଟଡିହି  (ଓ୍ବାଇଏନଏସ): କିଛି ରସିକିଆ ଶିକ୍ଷକଙ୍କ ପାଇଁ ଦିନକୁ ଦିନ କଳଙ୍କିତ ହେଉଛି ଶିକ୍ଷକ ସମାଜ। ଯାହାକୁ ନେଇ ପ୍ରତିଦିନ ଖବର କାଗଜର ପୃଷ୍ଠା ମଣ୍ଡନ କରୁଛି ଏପରି କିଛି ଖବର। କେଉଁଠି ଛାତ୍ରୀ ତ ଆଉ କେଉଁଠି ନିଜ ସହକର୍ମୀ ଶିକ୍ଷୟତ୍ରୀ ହେଉଛନ୍ତି ଯୌନ ନିର୍ଯ୍ୟାତନାର ଶିକାର। ହାଟଡିହି ବ୍ଲକର ଏକ ବିଦ୍ୟାଳୟରେ ଶିକ୍ଷୟତ୍ରୀଙ୍କୁ ପ୍ରଧାନ ଶିକ୍ଷକ ବଳାତ୍କାର ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି। ଶିକ୍ଷୟତ୍ରୀ ଜଣକ ଏନେଇ ଆଜି ବ୍ଲକ ଶିକ୍ଷା ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରିବା ପରେ ସମଗ୍ର ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଶିକ୍ଷୟତ୍ରୀ ଜଣକ କରିଥିବା ଅଭିଯୋଗ ଅନୁଯାଇ ଗତ ଶନିବାର ଦିନ ସ୍କୁଲ ଛୁଟି ହେବାପରେ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଦୁଇଜଣ ମାତ୍ର ସ୍କୁଲରେ ଥିଲେ।  ଏହାରି ସୁଯୋଗରେ ପ୍ରଧାନ ଶିକ୍ଷକ ଜଣକ ଶିକ୍ଷୟତ୍ରୀଙ୍କୁ ଏକୁଟିଆ ପାଇ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ଶିକ୍ଷୟତ୍ରୀ ଜଣକ ଦୌଡି ପଳାଇ ଆସିବାକୁ ଉଦ୍ୟମ କରିବାରୁ ପ୍ରଧାନ ଶିକ୍ଷକ ତାଙ୍କ ଶାଢ଼ୀକୁ ଟାଣି ଧରି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଥିଲେ। ଏନେଇ ଶିକ୍ଷୟତ୍ରୀ ଜଣକ ଆଜି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ତୁରନ୍ତ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ ସହ ଶିକ୍ଷା ଅଧିକାରୀ ପ୍ରମୋଦ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଶିକ୍ଷୟତ୍ରୀଙ୍କ ଅଭିଯୋଗ ଆଧାରରେ ଆଇସିସି କମିଟିକୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦେଶ ଦିଆ ଯାଇଛି। କିନ୍ତୁ ରସିକିଆ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ