ଶିକ୍ଷୟତ୍ରୀଙ୍କୁ ବିରୋଦ୍ଧ କରି ଗେଟରେ ତାଲା ପକାଇଲେ ଅଭିଭାବକ

ନୀଳଗିରି,(ୱାଏନଏସ):ଫାଟକରେ ତାଲା ପକାଇ ସହକାରୀ ଶିକ୍ଷୟତ୍ରୀଙ୍କୁ ସ୍କୁଲ ପରିସରରେ ଭର୍ତ୍ତି କରିଲେନି ଅଭିଭାବକ।ଘଣ୍ଟାଏ ପର୍ଯ୍ୟନ୍ତ ସ୍କୁଲ ହତା ବାହାରେ ଛିଡା ହେଲେ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀ। ସସପେଣ୍ଡ ଓ ଅନ୍ୟତ୍ର ବଦଳି ନିର୍ଦ୍ଦେଶ ପରେ ଦିଦି କାହିଁକି ସ୍କୁଲକୁ ଆସୁଛନ୍ତି ବୋଲି କହି ଦିଦିଙ୍କୁ ତାଲା ଝୁଲାଇଲେ ଅଭିଭାବକ।ବିନା କାରଣରେ ରାଜନୈତିକ ମତଭେଦ ରଖି ବିନା ନୋଟିସରେ ମୋତେ ଅନ୍ୟତ୍ର ପନିସମେଣ୍ଟରେ ବଦଳି କରାଯାଇଛି ବୋଲି ଅଭିଯୋଗ ଆଣିଲେ ଶିକ୍ଷୟତ୍ରୀ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ଜଡିଦା ଗ୍ରାମର ଜଗନ୍ନାଥ ପ୍ରାଥମିକ ବିଦ୍ୟାଳୟରେ ସୂଚନା ମୁତାବକ ଆଜି ଶନିବାର ସ୍କୁଲ ଥିବାରୁ ସକାଳୁ ସହକାରୀ ଶିକ୍ଷୟତ୍ରୀ ବର୍ଷା ଜେନା ସ୍କୁଲକୁ ଯାଇଥିବା ସମୟରେ ଦିଦିଙ୍କୁ ସ୍କୁଲରୁ ସସପେଣ୍ଡ କରାଯାଇ ଅନ୍ୟତ୍ର ବଦଳି କରାଯାଇଛି ହେଲେ ଦିଦି କାହିଁକି ଆମ ସ୍କୁଲକୁ ଆସୁଛନ୍ତି ବୋଲି କହିବା ସହ ଅଭିଭାବକ ମାନେ ଦିଦିଙ୍କୁ ବିରୋଦ୍ଧ କରି ସ୍କୁଲ ଫାଟକରେ ତାଲା ପକାଇ ବିରୋଦ୍ଧ କରିଥିଲେ।ଦିଦି କାର୍ଯ୍ୟରେ ଅବହେଳା କରୁଛନ୍ତି ସଠିକ ସମୟରେ ସ୍କୁଲ ଆସୁନାହାନ୍ତି ଅଭିଭାବକଙ୍କୁ ଦୁର୍ବ୍ୟବହାର କରୁଛନ୍ତି ଏଭଳି ଅଭିଯୋଗ ପରେ ବିଇଓ ଗତ ୭ ତାରିଖରେ ଏକ ତଦନ୍ତ କାରୀ ଟିମ୍ ପଠାଇ ତଦନ୍ତ କରି ଉକ୍ତ ଶିକ୍ଷୟତ୍ରୀଙ୍କୁ ପନିସମେଣ୍ଟ ସସପେଣ୍ଡ କରିବା ସହ ଉକ୍ତ ବ୍ଲକର କଦମଗଡି ସ୍କୁଲରେ ଯୋଗଦେବା ପାଇଁ ଚିଠି କରିଥିଲେ।ଦିଦି ଉକ୍ତ ଚିଠିକୁ ଗ୍ରହଣ ନ କରିବା ସହ ସ୍କୁଲକୁ ପଢାଇବା ପାଇଁ ଆସୁଥିଲେ ଫଳରେ ଆଜି ଅଭିଭାବକ ଫାଟକରେ ତାଲା ପକାଇଥିଲେ।ସିଆରସିସି ଆସି ବୁଧାସୁଝା କରିବା ପରେ ଉତ୍ତେଜିତ ଅଭିଭାବକ ଫାଟକ ଖୋଲିଥିଲେ।ହେଲେ ଶିକ୍ଷୟତ୍ରୀ ବର୍ଷା ଜେନା ସ୍କୁଲ କମିଟି ବିରୋଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଜନୈତିକ ମତଭେଦ ରଖି ମୋତେ ବଦଳି କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ