ଶିକ୍ଷୟତ୍ରୀଙ୍କୁ ମାଡ଼ ମାରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ନୂଆଗାଁ ପଞ୍ଚାୟତ ଶଗଡ଼ଶୂଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଅଞ୍ଜଳି ମହାନ୍ତିଙ୍କୁ ଶ୍ରେଣୀ ଗୃହରେ ଅଭିଭାବକ ଚପଲରେ ମାଡ଼ ମାରିବା ଘଟଣାକୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ନିନ୍ଦା କରିବା ସହିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି । ବିଭିନ୍ନ ସମୟରେ ଅଭିଭାବକ ଆକ୍ରୋଶମୂଳକ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ ଆକ୍ରମଣ କରୁଛନ୍ତି । ବିଦ୍ୟାଳୟର ପାଚେରୀ, ଗେଟ ଓ ଚପରାଶି ନଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଅବାଧରେ ବିଦ୍ୟାଳୟକୁ ପ୍ରବେଶ କରୁଛନ୍ତି । ଶିକ୍ଷା ଅଧିକାର ଆଇନ ଅଧିନିୟମ-୨୦୧୦ରେ ସରକାର ଉଲ୍ଲେଖ କରିଛନ୍ତି କି ସମସ୍ତ ବିଦ୍ୟାଳୟରେ ପାଚେରୀ, ଗେଟ, ଖେଳପଡ଼ିଆ, ଲାଇାବ୍ରେରୀ, ଖେଳ ସାମଗ୍ରୀ ଆଦି ଅନେକ ସୁବିଧା ସୁଯୋଗ ଦେବେ । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ବିଦ୍ୟାଳୟକୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ନାହାଁନ୍ତି । ସମସ୍ତ ବିଦ୍ୟାଳୟରେ କିରାଣୀ, ପିଅନ, ରାତ୍ରୀ ଜଗୁଆଳି ନିଯୁକ୍ତି କରିବା ପାଇଁ ଶିକ୍ଷକ ସଂଘ ତରଫରୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାଁନ୍ତି । ଯାହାଫଳରେ ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତି ବିଦ୍ୟାଳୟକୁ ଆସି ଶିକ୍ଷକମାନଙ୍କୁ ଆକ୍ରମଣ କରିବା ସହିତ ଶିକ୍ଷାଦାନରେ ବାଧା ଦେଉଛନ୍ତି ।ପ୍ରକାଶଥାଉକି, କଟକ ଜିଲ୍ଲା ନିଆଳି ବ୍ଲକରେ ଜଣେ ଶିକ୍ଷୟିତ୍ରୀଙ୍କୁ ଜଣେ ଅସାମାଜିକ ଯୁବକ କଟୁରୀରେ ହାଣି ରକ୍ତାକ୍ତ କରିଥିଲେ । ଏହିଭଳି ଅସାମାଜିକ ବ୍ୟକ୍ତିମାନେ ବିଦ୍ୟାଳୟରେ ପଶି ଶିକ୍ଷକମାନଙ୍କୁ ଆକ୍ରମଣ କରୁଥିବାରୁ ସରକାର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ସୁରକ୍ଷା ଦେବାକୁ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଦାବି କରିଛନ୍ତି ଓ ଉପଯୁକ୍ତ ତଦନ୍ତ କରି ଯେଉଁ ବ୍ୟକ୍ତି ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରିଛନ୍ତି, ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ