ଶିକ୍ଷୟତ୍ରୀଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଗୋଟିଏ ମାସର ଦରମା ଦାନ

ହାଟଡ଼ିହି : କରୋନା ମହାମାରୀକୁ ନେଇ ଦେଶ ଏବେ ସଙ୍କଟରେ ଥିବାବେଳେ ଓ ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକତା ଥିବାବେଳେ ଜଣେ ଶିକ୍ଷୟତ୍ରୀ ତାଙ୍କର ଏକମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରିଛନ୍ତି । ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ୟୁଜିୟୁପି ସ୍କୁଲର ସହକାରୀ ଶିକ୍ଷୟତ୍ରୀ ଦେବଜାନୀ ମଲ୍ଲିକ ଆଜି ବଞ୍ଚୋ ପଞ୍ଚାୟତର ସରପଞ୍ଚଙ୍କୁ ତାଙ୍କର ଏକମାସର ଦରମା ୨୬୬୩୬ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଏହି ଅବସରରେ ସେ ମହାମାରୀ କରୋନାକୁ ପ୍ରତିହତ କରିବାପାଇଁ ସମସ୍ତେ ସହଯୋଗ କରିବା ସହିତ ସଚେତନ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି । ଜଣେ ସହକାରୀ ଶିକ୍ଷୟତ୍ରୀଙ୍କ ଏପରି ମହତ କାର୍ଯ୍ୟ ଅନ୍ୟମାନଙ୍କ ପଇଁ ନିଶ୍ଚୟ ଉଦାହରଣ ସୃଷ୍ଟି କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ