ଶିକ୍ଷୟିତ୍ରୀଙ୍କ ବୟସ ଜାଲିଆତି ଘଟଣାର ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଜନୈକ ଶିକ୍ଷୟିତ୍ରୀ ବୟସ ଜାଲିଆତି କରି ଶିକ୍ଷକ ଚାକିରୀ କରୁଥିବା ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଯୁବକ । ସୂଚନା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବନ୍ଧକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲତିକା କୁମାରୀ ନାୟକ ନାମକ ଶିକ୍ଷୟିତ୍ରୀ ଏଭଳି ବୟସ ଜାଲିଆତି କରି ଚାକିରୀ କରିଥିବା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବଛରାଇ ଗ୍ରାମର ସୁଧାଂଶୁ ନାୟକ ଅଭିଯୋଗ କରିଛନ୍ତି । ମାର୍ଶାଘାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୯୬୮ମସିହା ପର୍ଯ୍ୟନ୍ତ ପଢୁଥିବା ବେଳେ ତାଙ୍କ ଜନ୍ମ ପ୍ରମାଣପତ୍ରରେ ବୟସ ୧୯୫୨ମସିହା ଉଲ୍ଲେଖ ରହିଛି ଓ ଏବେ ତାଙ୍କୁ ୭୨ବର୍ଷ ବୟସ ହୋଇଛି । କିନ୍ତୁ ସେଠାରେ ତାଙ୍କ ନାମ ଲତିକା କୁମାରୀ ଦେଇ ବୋଲି ଉଲ୍ଲେଖ ରହିଛି । ପରେ ତାଙ୍କ ନାମ ଲତିକା କୁମାରୀ ନାୟକ ବୋଲି ସେ ଜାଲିଆତି କରି କରିଦେଇଥିବା ଅଭିଯୋଗ ହୋଇଛି । ସେ ଏବେ ଅବସର ନେବାକୁ ଥିବାବେଳେ ତାଙ୍କ ବୟସ ଜାଲିଆତି ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ କିମ୍ବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ କୈାଣସି ତଥ୍ୟ ନଥିବା ଅତ୍ୟନ୍ତ ରହସ୍ୟମୟ ବୋଲି ଅଭିଯୋଗକାରୀ କହିଛନ୍ତି । ଏହି ଜାଲିଆତି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଅଭିଯୋଗକାରୀ ଶ୍ରୀ ନାୟକ ଜିଲ୍ଲାପାଳଙ୍କ ନିକଟରେ ଦାବି କରି ଧାରଣାରେ ବସିରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ